Bitter cold: ଆହୁରି ସପ୍ତାହେ ହାଡ଼ଭଙ୍ଗା ଶୀତ

ଦାରିଙ୍ଗବାଡ଼ିର ରାତି ତାପମାତ୍ରା ଗତକାଲି ରାତିରେ ୭.୫ ଡିଗ୍ରିକୁ ଖସିବା ସହିତ  ପ୍ରଚଣ୍ଡ ଥଣ୍ଡାରେ ଥରୁଛି ଓଡ଼ିଶାର କାଶ୍ମୀର। ଏଥି ସହ ଫୁଲବାଣୀର ରାତି ପାରଦ ୮.୫ ଡିଗ୍ରିକୁ ଖସିଛି। ଝାରସୁଗୁଡ଼ାର ରାତି ତାପମାତ୍ରା ୧୦.୯ ଡିଗ୍ରି, ରାଉରକେଲାରେ ୧୧.୧ ଡିଗ୍ରି, ଭବାନୀପାଟଣାରେ ୧୧.୫ ଡିଗ୍ରି ସହ....

Temperature fallen and winter is growing

Temperature fallen and winter is growing Photograph: (sambad.in)

ଭୁବନେଶ୍ବର: ଦାରିଙ୍ଗବାଡ଼ିର ରାତି ତାପମାତ୍ରା ଗତକାଲି ରାତିରେ ୭.୫ ଡିଗ୍ରିକୁ ଖସିବା ସହିତ  ପ୍ରଚଣ୍ଡ ଥଣ୍ଡାରେ ଥରୁଛି ଓଡ଼ିଶାର କାଶ୍ମୀର। ଏଥି ସହ ଫୁଲବାଣୀର ରାତି ପାରଦ ୮.୫ ଡିଗ୍ରିକୁ ଖସିଛି। ଝାରସୁଗୁଡ଼ାର ରାତି ତାପମାତ୍ରା ୧୦.୯ ଡିଗ୍ରି, ରାଉରକେଲାରେ ୧୧.୧ ଡିଗ୍ରି, ଭବାନୀପାଟଣାରେ ୧୧.୫ ଡିଗ୍ରି ସହ ରାଜ୍ୟର ସର୍ବମୋଟ ୧୮ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏହିଭଳି ଥଣ୍ଡାରେ ରାଜ୍ୟ ଥରିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  

ଏହାପରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ଥଣ୍ଡା କମିବାର ସମ୍ଭାବନା ନାହିଁ। ବରଂ ଆସନ୍ତାକାଲି ଶୁକ୍ରବାର ରାତିଠାରୁ ବ୍ରହ୍ମପୁର, ଭୁବନେଶ୍ବର, ଭଦ୍ରକ, ପୁରୀ, ବାଲେଶ୍ବର ଓ ରାଉରକେଲାରେ ପରବର୍ତ୍ତୀ ୩ ଦିନ ଭିତରେ ୧ରୁ ୩ ଡିଗ୍ରି ତାପମାତ୍ରା କମିବାର ସମ୍ଭାବନା ରହିଛି। ଏହାପରେ ୧୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe