ଶୁଣ ସରକାର! ମାମଲାର ତଦନ୍ତ ହେଉ; ଭୁଲ୍‌ ନଥିଲେ ଅଭିଯୋଗକାରିଣୀଙ୍କୁ ନ୍ୟାୟ ମିଳୁ

Advertisment

ବାଲେଶ୍ବର ଫକୀର ମୋହନ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟର ମାହୋଲ୍‌ ଏବେ ବି ତାତିକି ରହିଛି। ଜଣେ ନାରୀ ନ୍ୟାୟ ପାଇଁ ସ୍ବର ଉଠାଇ କିଛି ସାହାଯ୍ୟ ନପାଇବାରୁ ଶେଷରେ ନିଜ ଜୀବନ ହାରିଦେବା ପରେ ଏବେ ଆଉ ଜଣେ ନାରୀ ସରକାରଙ୍କୁ ଜୀବନ ହାରିବା ଧମକ ଦେଇଛନ୍ତି।

ବାଲେଶ୍ବର ଫକୀର ମୋହନ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟର ମାହୋଲ୍‌ ଏବେ ବି ତାତିକି ରହିଛି। ଜଣେ ନାରୀ ନ୍ୟାୟ ପାଇଁ ସ୍ବର ଉଠାଇ କିଛି ସାହାଯ୍ୟ ନପାଇବାରୁ ଶେଷରେ ନିଜ ଜୀବନ ହାରିଦେବା ପରେ ଏବେ ଆଉ ଜଣେ ନାରୀ ସରକାରଙ୍କୁ ଜୀବନ ହାରିବା ଧମକ ଦେଇଛନ୍ତି।

New Project (30)
ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟର ମାହୋଲ୍‌ ଏବେ ବି ତାତିକି ରହିଛି। ଜଣେ ଯୁବତୀ ନ୍ୟାୟ ପାଇଁ ସ୍ବର ଉଠାଇ କିଛି ସାହାଯ୍ୟ ନପାଇବାରୁ ଶେଷରେ ନିଜ ଜୀବନ ହାରିଦେବା ପରେ ସାରା ଓଡ଼ିଶାବାସୀ ତାଙ୍କ ପାଇଁ ସ୍ବର ଉଠାଉଛନ୍ତି ଓ ବିରୋଧ ପ୍ରଦର୍ଶନ କରୁଛନ୍ତି।
ଏବେ ଏହି ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ ନାରୀ ରାଜ୍ୟ ସରକାରଙ୍କୁ ନିଜ ଜୀବନ ହାରିବା ନେଇ ଧମକ ଦେଇଛନ୍ତି। ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗକାରୀଣି ମହିଳା ଜଣକ ବିନା କାରଣରେ ତାଙ୍କ ସ୍ବାମୀଙ୍କ ଚାକିରି ଯିବା ଅଭିଯୋଗ ଆଣି ସରକାରଙ୍କୁ ତଦନ୍ତ ପାଇଁ ନିବେଦନ କରିଛନ୍ତି।
ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ରେ ସିଏମ୍‌ଓ-ଓଡ଼ିଶାକୁ ଟ୍ୟାଗ୍‌ କରି ନିଜର ସମସ୍ୟା ଜଣାଇଛନ୍ତି ଓ ସମସ୍ୟାର ସମାଧାନ ନକହେଲେ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

ଆମ ପ୍ରତିନିଧୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ମହିଳା ଜଣକ କହିଛନ୍ତି, ‘‘ମୋ ସ୍ବାମୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍‌ରେ ଚାକିରି କରୁଥିଲେ। ସେଠାରେ ବହୁତ ଅନୈତିକ କାର୍ଯ୍ୟ ହୁଏ। ଏପରିକି ବ୍ୟାଙ୍କରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଚାକିରିରେ ରଖିଥିଲେ। ଯାହାକୁ କିଛି ଯୁବପିଢ଼ି ବିରୋଧ କରି ଆସୁଥିଲେ। ବ୍ୟକ୍ତି ଜଣକ ପୁନଃନିଯୁକ୍ତି ପାଇବା ପରେ ଯେତେବେଳେ ଅଫିସ୍‌କୁ ଆସିଲେ ତ କିଛି କର୍ମଚାରୀ ତାଙ୍କ ଚେୟାର୍‌ ଲୁଚାଇଦେଲେ। ମୋ ସ୍ବାମୀ ସେତେବେଳେ ବ୍ୟାଙ୍କ୍‌ରେ ଷ୍ଟୋର୍‌-ଇନ୍‌ଚାର୍ଜ ଥି‌ଲେ। ସେହି ମାମଲାରେ ମୋ ‌ସ୍ବାମୀଙ୍କ ମୁଣ୍ଡରେ ଦୋଷ ଲଦି ଦିଆଗଲା।

ବ୍ୟାଙ୍କ୍‌ର ସଭାପତି ହେଉଛନ୍ତି ବିଜୁ ଜନତା ଦଳର ଜଣେ ପରୁଖା ନେତା। ଯିଏ ତାଙ୍କ ବିରୋଧରେ ଯାଆନ୍ତି; ସେ ତାଙ୍କର ବଦଳି କରିଦିଅନ୍ତି କିମ୍ବା ଅନ୍ୟାନ୍ୟ ସମସ୍ୟା କରନ୍ତି। ଯେତେବେଳେ ସଭାପତି ମୋ ସ୍ବାମୀଙ୍କୁ ଚେୟାର୍‌ ଲୁଚାଇବା ବିଷୟରେ ପଚରିଲେ ତ ସେ କିଛି ବି ଜାଣିନଥିବା କହିବାରୁ ସଭାପତି ମୋ ସ୍ବାମୀଙ୍କ ଉପରେ ରାଗ ରଖିଲେ। ତାଙ୍କୁ ସିସିଟିଭି ଟ୍ୟାମ୍ପରିଂ ମାମଲାରେ ଯୋଡ଼ିଲେ। ତାଙ୍କୁ ଦ୍ବିଗୁଣା ଦାୟିତ୍ବ ଦେଲେ। ହେଲେ ସେ‌ତେବେଳେ ଆମ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଅତିରିକ୍ତ ଦାୟିତ୍ବ ନେବାକୁ ମନାକଲେ। ଏଥିପାଇଁ ସେ ଲେଖା ବି ଦେଇଥିଲେ। 

୧

ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋ ସ୍ବାମୀଙ୍କୁ ୨ ବ‌ର୍ଷ ଭିତରେ ୫ ଥର ବଦଳି କରାଇଛନ୍ତି; ଯେଉଁଟାକି ନିୟମ ବାହାରେ। ଏଥିପାଇଁ ମୋର ପ୍ରଥମ ପିଲା ପେଟରେ ଥିବା ବେଳେ ମୁଁ ଏପଟ ସେପଟ ହେଇ ବହୁ ସମସ୍ୟାର ସାମ୍ନା କଲି ଓ ମୋ ପିଲାଟିକୁ ମୋତେ ହରେଇବାକୁ ପଡ଼ିଲା। ସେ ସମୟରେ ଦରମା ବି ବନ୍ଦ୍‌ କରିଦେଲେ। ଯେଉଁଥିପାଇଁ ଆମେ ନାହିଁନଥିବା ଅସୁବିଧା ସାମ୍ନା କରିଛୁ। ମୋ ସ୍ବାମୀଙ୍କୁ ବହୁତ ମାନସିକ ନିର୍ଯାତନା ଦିଆଯାଇଛି। ସେ ଅଫିସ୍‌ ଗ‌ଲେ ତାଙ୍କୁ ଚେୟାର୍‌ ବି ଦିଆଯାଉନଥିଲା। ସେ ପ୍ଲାଷ୍ଟିକ୍‌ ଚେୟାର୍‌ରେ ବସି ବସି ଘରକୁ ଫେରିବାକୁ ପଡୁଥିଲା। କିଛି କାମ ଦେବେନି ଆଡ଼େ ରାତି ୮ଟା ପର୍ଯ୍ୟନ୍ତ ଅଫିସ୍‌ରେ ବସେଇବେ। ଅଫିସ୍‌ର କେହି ବି ତାଙ୍କ ସହ କଥା ହେଉନଥିଲେ। ୨ ବର୍ଷ ତାଙ୍କର କୌଣସି ଦରମା ବଢ଼ିଲା ନାହିଁ। ନିକଟ‌ରେ ଜୁନ୍‌ ୧୩ ତାରିଖରେ ତାଙ୍କୁ ବହିଷ୍କୃତ କରାଯାଇଛି। ସେଇ ପୁରୁଣା ଘଟଣା ସବୁକୁ ଦର୍ଶାଇ ତାଙ୍କୁ ବହିଷ୍କୃତ କରାଯାଇଛି।
ଏବେ ମୋର ୮ ମାସର ଝିଅଟିଏ। ଆମେ ସହରରେ ଘରଭଡ଼ା ନେଇ ରହୁଛୁ। ମୋର ସ୍ବାସ୍ଥ୍ୟଗତ ସମସ୍ୟା ଅଛି। ଏହି ମୁହୁର୍ତ୍ତରେ ଚାକିରି ଯିବା ଘଟଣା ଆମ ପାଇଁ ଖୁବ୍ ସମସ୍ୟା ଛିଡ଼ା କରିଛି। ବେଳେ ବେଳେ ଆମ ମନକୁ ଆତ୍ମହତ୍ୟା ଭାବନା ବି ଅସୁଛି। ଆମେ କେତେବେଳେ କିଛି ବି କରିଦେବୁ। କେବଳ ଛୁଆ ପାଇଁ ବଞ୍ଚିରହିଛୁ। 
ମୋ ଝିଅକୁ ୨ ମାସ ହୋଇଥିବା ବେଳେ ମୁଁ ଜିଲ୍ଳାପାଳଙ୍କ ନିକଟକୁ ପୋଷ୍ଟାଲ୍‌ ଯୋଗେ ଅଭିଯୋଗ ପତ୍ର ପଠାଇଥିଲି। ଫେବ୍ରୁଆରି ୧୭ ତାରିଖରେ ଟ୍ବିଟ୍‌ (ଏବେ ଏକ୍ସ) ବି କରିଛି। ହେଲେ ଫଳାଫଳ ଶୂନ। ସରକାର ମୋ ଅସୁବିଧା ନ ବୁଝିବାରୁ ମୁଁ ବାଧ୍ୟ ହୋଇ ପୁଣି ଥରେ ‌ମୋ ସମସ୍ୟାକୁ ବୁଧବାର ରାତିରେ ପୋଷ୍ଟ୍‌ ଜରିଆରେ ଜଣାଇଛି।’’

୨

ଅଭିଯୋଗକାରୀଣି ‘ଏକ୍ସ’ ପୋଷ୍ଟ୍‌ କରିଥିବା ଲିଙ୍କ୍‌କୁ ନିମ୍ନରେ ଦିଆଯାଇଛି:

Untitled

Women's | Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe