ସପ୍ତାହେ ପୂରିନି, ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

Advertisment
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ମିନଗୁର ପଞ୍ଚାୟତ ଭଇଁରୀ ଗ୍ରାମର ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗତ ଶନିବାର ଏହି ପଞ୍ଚାୟତ ଅନ୍ତର୍ଗତ ଭେଳାଗାଁର ଧନୀରାମ ନାଏକ (୨୩)ଙ୍କ ମୃତ୍ୟୁ ଘଟିଥିଲା। ସାତ ଦିନ ବିତିନଥିବା ବେଳେ ଭଇଁରୀ ଗାଁର ଦାଶରଥି ମାଝୀଙ୍କ ପୁଅ ପବିତ୍ର ମାଝୀ (୨୩)ଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ପବିତ୍ର ୨ ବର୍ଷ ତଳେ ସାଙ୍ଗମାନଙ୍କ ସହ ମିଶି କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥିଲେ। ବେଙ୍ଗାଲୁରୁ ଅନ୍ତର୍ଗତ ମିରତାଳି ଥାନାର ଏଚ.ଏଲରେ ନିଆଜ ନାମକ ଜଣେ ଠିକାଦାରଙ୍କ ଅଧୀନରେ ଘର ନିର୍ମାଣ କାର୍ଯ୍ୟ କରୁଥିଲେ। ଗତ ବୁଧବାର ସକାଳେ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ହେଲେ ଅପରାହ୍ନ ୨ଟାରେ ସେ ଆତ୍ମହତ୍ୟା କରିଥିବା ନେଇ ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗାଁରୁ ଯାଇଥିବା ଜଣେ ସାଥୀ ଶ୍ରମିକ ଘରକୁ ଫୋନ୍‌ କରି ଜଣାଇଥିଲେ। ପୁଅର ମୃତ୍ୟୁ ଖବର ଶୁଣି ବୃଦ୍ଧ ବାପା-ମା’ ତଥା ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି।

ଅନ୍ୟପକ୍ଷରେ ପବିତ୍ରଙ୍କ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ଗ୍ରହଣ କରୁନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏଥିସହ ଆବଶ୍ୟକ ତଦନ୍ତ କରି ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାକୁ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ମୃତ ପବିତ୍ରଙ୍କ ବାପା ଏବଂ ୨ ଜଣ ସମ୍ପର୍କୀୟ ଶବ ଆଣିବାକୁ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଳାହାଣ୍ଡି ଅତିରିକ୍ତ ଶ୍ରମ ଅଧିକାରୀ ଜିତମ ମାଝୀଙ୍କୁ ଜଣାଇବାରୁ ସମସ୍ତ ସୂଚନା ଦିଆଯିବା ପରେ ଆବଶ୍ୟକ ସହଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe