ଧ୍ରୁବ ବିଧାୟକ, ଅଂଶୁମାନ ସାଂସଦ ପ୍ରାର୍ଥୀ ଘୋଷଣା ପରେ ଅଟକିଗଲା ମିଶ୍ରଣ ପର୍ବ

Advertisment

ନିରାଶ ହୋଇ ଫେରିଲେ ହଜାର ହଜାର କର୍ମୀ

ନିରାଶ ହୋଇ ଫେରିଲେ ହଜାର ହଜାର କର୍ମୀ

ରାଜନଗର ରାଜନୀତି ସରଗରମ: ଅ˚ଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ କସରତ

Wikipedia

ରାଜନଗର: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ରାଜନଗର ନିର୍ବାଚନମଣ୍ତଳୀ ବିଜୁ ଜନତା ଦଳ ପକ୍ଷରୁ ରାଜନଗର ବ୍ଲକର ଗୋସିଗାଁ ଠାରେ ଏକ ବଡ଼ଧରଣର ମିଶ୍ରଣ ପର୍ବର ଯୋଜନା ହୋଇଥିଲା। ମାତ୍ର, ପ୍ରାର୍ଥୀ ତାଲିକା ଘୋଷଣା ପରେ ମିଶ୍ରଣପର୍ବକୁ ବନ୍ଦ ରଖାଯାଇଥିଲା। ଯୋଜନା ଅନୁଯାୟୀ ଦିନ ୩ଟାରୁ ପଟ୍ଟାମୁଣ୍ତାଇ ବାଇପାସ୍‌ରୁ ଏକ ବାଇକ୍‌ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ତାଇ ଓ ରାଜନଗର ପରିକ୍ରମା କରିବା ପରେ ଗୋସିଗାଁଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥା’ନ୍ତା। ଗୋଟିଏ ମଞ୍ଚରେ ଅଂଶୁମାନ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା ଏକାଠି ହୋଇ ଏକତାର ବାର୍ତ୍ତା ଦେଇଥା’ନ୍ତେ।

ଅଂଶୁମାନଙ୍କ ସମର୍ଥକମାନେ ବିଧିବଦ୍ଧ ଭାବେ ଆଜି ବିଜେଡିରେ ସାମିଲ ହୋଇଥା’ନ୍ତେ। କିନ୍ତୁ ଟିକେଟ ଘୋଷଣା ପରେ ହଠାତ୍ ମିଶ୍ରଣ ପର୍ବ ଶୋଭାଯାତ୍ରାକୁ ବାତିଲ କରି ଦିଆଯାଇଥିଲା। ଟିକେଟ ଘୋଷଣା ପରେ ନବୀନ ନିବାସରୁ ଫୋନ୍‌ ଆସିବାରୁ ୩ ନେତା ଅଧାବାଟରୁ ଭୁବନେଶ୍ବର ଫେରି ଯାଇଥିବ‌ା ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ କହିଥିଲେ। ଫଳରେ ଶୋଭାଯାତ୍ରା ଓ ମିଶ୍ରଣ ପର୍ବକୁ ଆସିଥିବା ହଜାର ହଜାର ବିଜେଡି କର୍ମୀ ଏବଂ ଅଂଶୁମାନଙ୍କ ସମର୍ଥକ ନିରାଶ ହୋଇ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe