ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୨୦୮୭ଟି ରାସ୍ତା ନିର୍ମାଣ ହୋଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

Advertisment
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୨୦୮୭ଟି ରାସ୍ତା ନିର୍ମାଣ ହୋଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ  ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ଟି ରାସ୍ତା ନିର୍ମାଣ ହୋଇଛି। ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୨୦୨୦ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩-୨୪ ବର୍ଷରେ ୫୨୬ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe