ପାରାଦୀପରେ ଘୂରି ବୁଲୁଛନ୍ତି ମଣିଷରୂପୀ ରାବଣ: ସମ୍ପଦ

Advertisment

ପରାଦୀପ ଅଞ୍ଚଳରେ ମଣିଷରୂପୀ ରାବଣ ଘୂରି ବୁଲୁଛନ୍ତି। ଆପଣମାନଙ୍କ ଆଶୀର୍ବାଦ କାରଣରୁ ସରକାର ପରିବର୍ତ୍ତନ ହୋଇଛି। ଲୋକଙ୍କ ସରକାର ଗଠନ ହୋଇଛି। ଏ ସରକାର ଯେତେବେଳେ ଲୋକଙ୍କ ପାଇଁ କାମ କରୁଛି ସେତେବେଳେ ମଣିଷରୂପୀ ରାବଣମାନଙ୍କୁ

ପରାଦୀପ ଅଞ୍ଚଳରେ ମଣିଷରୂପୀ ରାବଣ ଘୂରି ବୁଲୁଛନ୍ତି। ଆପଣମାନଙ୍କ ଆଶୀର୍ବାଦ କାରଣରୁ ସରକାର ପରିବର୍ତ୍ତନ ହୋଇଛି। ଲୋକଙ୍କ ସରକାର ଗଠନ ହୋଇଛି। ଏ ସରକାର ଯେତେବେଳେ ଲୋକଙ୍କ ପାଇଁ କାମ କରୁଛି ସେତେବେଳେ ମଣିଷରୂପୀ ରାବଣମାନଙ୍କୁ

fshfshfhfs

ଜଗତସିଂହପୁର: ପରାଦୀପ ଅଞ୍ଚଳରେ ମଣିଷରୂପୀ ରାବଣ ଘୂରି ବୁଲୁଛନ୍ତି। ଆପଣମାନଙ୍କ ଆଶୀର୍ବାଦ କାରଣରୁ ସରକାର ପରିବର୍ତ୍ତନ ହୋଇଛି। ଲୋକଙ୍କ ସରକାର ଗଠନ ହୋଇଛି। ଏ ସରକାର ଯେତେବେଳେ ଲୋକଙ୍କ ପାଇଁ କାମ କରୁଛି ସେତେବେଳେ ମଣିଷରୂପୀ ରାବଣମାନଙ୍କୁ କଷ୍ଟ ହେଉଛି ବୋଲି ଗଲା ଶନିବାର ଦିନ ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗଦେଇ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହା କହିଛନ୍ତି। ସାଗର କ୍ଲବ ପକ୍ଷକୁ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଶ୍ରୀ ସ୍ବାଇଁ ଯୋଗ ଦେଇ କହିଛନ୍ତି ଯେ ଏଠି ଉଦୀୟମାନ ଯୁବନେତା ମୁନା ପତିଙ୍କୁ ହତ୍ୟା କରାଯାଇଥିଲା। ଘରୋଇ କମ୍ପାନିରେ ଚାକିରି କରିଥିବା ମହେନ୍ଦ୍ର ସ୍ବାଇଁଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ମଣିଷରୂପୀ ରାବଣମାନେ ହତ୍ୟା କରିଥିଲେ। ଆମେ ଦାମ ବାବୁଙ୍କ ପାଇଁ ଶୋକସଭା ପାଳନ କଲୁ। ଦାମ ବାବୁ ଜଣେ ସ୍ବାଭିମାନୀ ନେତା ଥିଲେ। ଯେଉଁମାନେ ଏହିଭଳି କାଣ୍ଡ ଘଟାଉଥିଲେ ସେମାନଙ୍କୁ ପାଖ ପୂରାଇ ଦେଉ ନଥିଲେ। ଆଜି ଦାମ ବାବୁ ସ୍ବର୍ଗରେ ଅଛନ୍ତି କିନ୍ତୁ ତାଙ୍କ ପୁଅ ଯେଉଁଭଳି ଭାବେ ଅପରାଧ ଘଟାଉଥିବା ଲୋକଙ୍କୁ ଧରି ବୁଲୁଛନ୍ତି, ସେଥିରେ ଉପରେ ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ ନିଶ୍ଚୟ।

‘ପୁଅ ଅପରାଧୀଙ୍କୁ ଧରି ବୁଲୁଥିବାରୁ ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ’
ରାବଣକୁ ପୋଡ଼ୁଛନ୍ତି ରାବଣ: ସମ୍ବିତ

ଶ୍ରୀ ସ୍ବାଇଁ କହିଥିଲେ ଯେ ଆଗରୁ ଶ୍ରମିକ ମୃତ୍ୟୁବରଣ କଲେ ଶବକୁ ନେଇ ଏଠି ଟଙ୍କା ରୋଜଗାର କରାଯାଏ। ସେ ସବୁରେ ପୂର୍ଣ୍ଣଛେଦ ପଡ଼ିଛି। ଦୁଇ ଦିନ ତଳେ ଯେଉଁ ଦୁର୍ଘଟଣା ଘଟିଲା କମ୍ପାନି କର୍ତ୍ତୃପକ୍ଷ, ପ୍ରଶାସନ ଓ ପରିବାର ସହ ଆଲୋଚନା କରିଥିଲେ। କିଛି ସାମ୍ବାଦିକ ଭାଇମାନଙ୍କୁ ଲଗାଇ ଅପପ୍ରଚାର କରାଯାଉଛି। କିନ୍ତୁ ଶପଥ କରି କହୁଛି, ପାରାଦୀପରେ ହିଂସାର ସ୍ଥାନ ନାହିଁ। ଯେଉଁ ରାବଣମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି ତାଙ୍କୁ ଏ ପାରାଦୀପ ମାଟି କ୍ଷମା ଦେବ ନାହିଁ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ। ଦୁର୍ଗାପୂଜାରେ ଏଠି ଶାନ୍ତି ପ୍ରତିଷ୍ଠା ହେବା ଦରକାର ବୋଲି ଶ୍ରୀ ସ୍ବାଇଁଙ୍କ ମନ୍ତବ୍ୟ ଏବେ ପୁଣି ପାରାଦୀପ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଅନ୍ୟପଟେ ଶ୍ରୀ ସ୍ବାଇଁଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ ଏଠି ରାମ କାହାନ୍ତି ଯେ ରାବଣ ବଦ୍ଧ ହେବ? ରାମ କାହାନ୍ତି ଦେଖାଇ ଦିଅନ୍ତୁ। ମୋ ସାନ ଭାଇ ସମ୍ପଦ ସ୍ବାଇଁ ଏବେ ମନ୍ତ୍ରୀ ଅଛନ୍ତି। ଦାମ ବାବୁଙ୍କ ଆତ୍ମା ଆଜିକା ରାଜନୀତି ପରିସ୍ଥିତିକୁ ଦେଖି ନିଶ୍ଚିତ କାନ୍ଦୁଥିବ। କୋଉ ପ୍ରକାରେ ଶାସନ କ୍ଷମତାକୁ ଆସିଛନ୍ତି, କି ପ୍ରକାର ଶାସନ କରୁଛନ୍ତି, ତାହା ଦେଖି ତାଙ୍କ ଆତ୍ମାକୁ କଷ୍ଟ ହେଉଥିବ। ଯିଏ ରାବଣକୁ ପୋଡ଼ି ଦେଲା ସିଏ କଣ ରାମ ହୋଇଗଲେ? ଆଜିକାଲି ରାବଣ ରାବଣକୁ ପୋଡ଼ୁଛନ୍ତି ବୋଲି ସମ୍ବିତ କହିଛନ୍ତି। ସମ୍ବିତ କହିଛନ୍ତି ଯେ ସେ ପୁଅ ହିସାବରେ ତାଙ୍କର କାମ କରୁଛନ୍ତି। ଲମ୍ବା ରାସ୍ତାରେ ବିଭିନ୍ନ ସହଯୋଗୀ ଆସନ୍ତି। ସମୟ ସବୁ କିଛି ସ୍ପଷ୍ଟ କରିବ। ନବୀନ ବାବୁଙ୍କ ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି। ଆଗକୁ ବିଜେଡି କ’ଣ କରିବ, ଆପଣ ଦେଖିବେ ବୋଲି ସମ୍ବିତ କହିଛନ୍ତି।
ସମ୍ବିତଙ୍କ ପ୍ରତିକ୍ରିୟା ଉପରେ ପାଲଟା ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ପାରାଦୀପ ଠାରେ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଯୋଗ ଦେବା ଅବସରରେ କହିଛନ୍ତି ଯେ ସମ୍ବିତ ପରୋକ୍ଷରେ ସ୍ବୀକାର କରୁଛନ୍ତି ଯେ ତାଙ୍କ ସାଙ୍ଗରେ ଯିଏ ବୁଲୁଛନ୍ତି ସିଏ ରାବଣ। ତେଣୁ ସେ ସ୍ପଷ୍ଟ କରନ୍ତୁ, ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗରେ ବୁଲୁଛନ୍ତି ନା ନାହିଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe