ମଦମୁକ୍ତ ଭାରତ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ନିଶା ନିବାରଣ କର୍ମୀ

ଗାନ୍ଧୀବାଦୀ, ମଦମୁକ୍ତ ଭାରତ ଅଭିଯାନର ଆବାହକ ଓ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ପଦ୍ମ ଚରଣ ନାୟକଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧି ଦଳ ଆଜି ମଦମୁକ୍ତ ଭାରତ ପାଇଁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।

dgdagdczvvc

ଭୁବନେଶ୍ବର: ଗାନ୍ଧୀବାଦୀ, ମଦମୁକ୍ତ ଭାରତ ଅଭିଯାନର ଆବାହକ ଓ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ପଦ୍ମ ଚରଣ ନାୟକଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧି ଦଳ ଆଜି ମଦମୁକ୍ତ ଭାରତ ପାଇଁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଦ ଓ ନିଶାଦ୍ରବ୍ୟର ବିନାଶକାରୀ ପ୍ରଭାବ କିଭଳି ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡ଼ୁଛି ସେ ସଂପର୍କରେ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ମଦ ସମଗ୍ର ଭାରତରେ ଘରୋଇ ହିଂସା, ଅପରାଧ, ଦାରିଦ୍ର୍ୟ, ସ୍ୱାସ୍ଥ୍ୟହାନି ଓ ନୈତିକ ଅବକ୍ଷୟର ଏକ ପ୍ରମୁଖ କାରଣ ପାଲଟିଛି। ଜାତୀୟ ସମନ୍ୱୟ ଅଭାବରୁ ରାଜ୍ୟସ୍ତରୀୟ ନିଶା ନିବାରଣ ନୀତି ସଫଳ ହୋଇପାରୁନାହିଁ। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମଦ ଅନୁପ୍ରବେଶ ସମସ୍ତ ପ୍ରୟାସକୁ ଦୁର୍ବଳ କରିଦେଉଛି। 

ରାଷ୍ଟ୍ରପତିଙ୍କ ସହ ଆଲୋଚନା ସମୟରେ ପ୍ରତିନିଧି ଦଳ ଭାରତୀୟ ସମ୍ବିଧାନ ଅଧୀନରେ ରାଷ୍ଟ୍ର ପାଇଁ ସାମ୍ବିଧାନିକ ନୀତି ନିର୍ଦ୍ଦେଶକର ଧାରା ୪୭କୁ ଉଲ୍ଲେଖ କରିଥିଲେ। ଏଥିରେ ରାଜ୍ୟଗୁଡ଼ିକୁ ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନିଶା ଓ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି। ସମ୍ବିଧାନର ସର୍ବୋଚ୍ଚ ସଂରକ୍ଷକ ଭାବରେ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ସଂପୂର୍ଣ୍ଣ  ମଦ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେବାଲାଗି ଅନୁରୋଧ କରିଥିଲେ। ଦେଶବ୍ୟାପୀ ମଦ ପ୍ରସାର ଯୋଗୁଁ ବୃଦ୍ଧି ପାଉଥିବା ନୈତିକ ମୂଲ୍ୟର ଅବକ୍ଷୟ, ସାମାଜିକ-ଆର୍ଥିକ ଓ ସାଂସ୍କୃତିକ ବିପର୍ଯ୍ୟୟ ଉପରେ ରାଷ୍ଟ୍ରପତି ଗଭୀର ଚିନ୍ତା ପ୍ରକଟ କରିଥିଲେ। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରେ ଦେଶବ୍ୟାପୀ ମଦ ଓ ନିଶା ଦ୍ରବ୍ୟର ସଂପୂର୍ଣ୍ଣ ନିଷିଦ୍ଧ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ପରାମର୍ଶ ଦେବେ ବୋଲି ରାଷ୍ଟ୍ରପତି ପ୍ରତିନିଧିଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ସୁଲତାନ ସିଂହ, କଲ୍ୟାଣୀ ପାଲୁଇ, ରବୀନ୍ଦର ସିଂହ, ଗୀତାଞ୍ଜଳି ସ୍ୱାଇଁ, ମୋନା, ଓଡ଼ିଶାର କାର୍ଯ୍ୟକାରୀ ସଭାପତି କାହ୍ନୁ ଚରଣ ବେହୁରା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe