ବାଇକ୍‌ ଅଟକାଇ ଲୁଟି ନେଲେ ଟଙ୍କା

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ମ.ରାମପୁର: ମ.ରାମପୁର ଥାନା ଅନ୍ତର୍ଗତ ଅଅଁଳାପାଲି ଗ୍ରାମ ନିକଟସ୍ଥ ସଢ଼େଲଡଙ୍ଗର ନିକଟରେ ଦୁର୍ବୃତ୍ତମାନେ ବାଇକ୍‌ ଆରୋହୀଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ ଜଗଦୀଶ ସାହୁ (୬୫) ଓ ଅମିତ ସାହୁ (୨୫) ମ.ରାମପୁର ଷ୍ଟେଟ୍‌ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିଲେ।

ପୂର୍ବରୁ ପିଛା କରୁଥିବା ତିନି ଜଣ ଦୁର୍ବୃତ୍ତ ପଛରୁ ଆସି ସଢ଼େଲଡଙ୍ଗରଠାରେ ତାଙ୍କ ବାଇକ୍‌କୁ ଅଟକାଇଥିଲେ। ବାଇକ୍‌କୁ ଅଟକାଇବା ପରେ ଦୁର୍ବୃତ୍ତମାନେ ଦୁଇ ଜଣଙ୍କୁ ମାଡ଼ ମାରିବା ସହ ପାଖରେ ଥିବା ୪୯ ହଜାର ଟଙ୍କା ଲୁଟି କେସିଙ୍ଗା ପଟକୁ ଫେରାର୍‌ ହୋଇଯାଇଥିଲେ। ଏ ନେଇ ଦୁହେଁ ମ.ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe