ଜଗତସିଂହପୁର: ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

Advertisment
ଜଗତସିଂହପୁର: ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଥିଲେ।

publive-image

ମତଦାତାମାନେ ବୁଥକୁ ଆସିବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏବେ ସେହି ଦୁଇ ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଣେ ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବୁଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏଣେ ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ ଜାରି ରହିଛି। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ପୁଲିସ ଅଧିକ ସତର୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe