ବାଦ୍‌ ପଡ଼ିଥିଲେ, ହାଇକୋର୍ଟଙ୍କ ହସ୍ତକ୍ଷେପ : ଅନ୍ତ୍ୟୋଦୟରେ ସାମିଲ୍‌ ହେବେ ୧୨ ଦିବ୍ୟାଙ୍ଗ

Advertisment
କରୋନା ଖୋଲିଲା ରାସନ୍‌ କେଳେଙ୍କାରୀ : ହଜାର ହଜାର ହିତାଧିକାରୀ ଗାଏବ, ବଣ୍ଟା ନହୋଇ ପଡ଼ିଛି ୩୭ଲକ୍ଷ ଟଙ୍କା

youtube.com

ବ୍ରହ୍ମପୁର : ରାଜନୈତିକ ପଶାପାଲିର ଶିକାର କାରଣରୁ ହେଉ କି ପ୍ରଶାସନର ଉଦାସୀନତାରୁ, ବର୍ଷ ବର୍ଷ ଧରି ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ ଯୋଜନାରୁ ବାଦ୍‌ ପଡ଼ିଥିବା ୧୨ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଶେଷରେ ଉଚ୍ଚନ୍ୟାୟାଳୟରୁ ନ୍ୟାୟ ମିଳିଛି। ଏହି ହିତାଧିକାରୀଙ୍କୁ ତୁରନ୍ତ ଏଏପି ଯୋଜନାରେ ସାମିଲ୍‌ କରିବାକୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିନ୍ନକ୍ଷମ ଯୋଗୁଁ ଏହି ହିତାଧିକାରୀମାନେ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇ ପାରୁନଥିଲେ। ଏହାର ସୁଯୋଗରେ ପ୍ରଶାସନକୁ ପ୍ରଭାବିତ କରି ସେମାନଙ୍କ ନାଁକୁ ତାଲିକାରୁ ବାଦ୍‌ ଦିଆଯାଇଥିଲା। ତେବେ, ୪ବର୍ଷ ହେବ ସେମାନେ ପଞ୍ଚାୟତ, ବ୍ଲକ୍‌ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ଅଭିଯୋଗ କରୁଥିଲେ। ତଥାପି, ସେମାନଙ୍କୁ ସରକାରଙ୍କ ଯୋଜନାରେ ସାମିଲ୍‌ କରାଯାଉନଥିଲା। ସେମାନଙ୍କ କହିବାନୁଯାୟୀ, ପ୍ରଶାସନ ଉପରୁ ଆସ୍ଥା ତୁଟିବା ପରେ ବାଧୢ ହୋଇ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚନ୍ୟାୟ‌ାଳୟ ସେମାନଙ୍କ ଆବେଦନର ବିଚାର କରି ଶେଷରେ ନ୍ୟାୟ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe