‘ଆପଣଙ୍କ ପାଖରୁ ଗୋଟିଏ ଲାଇକ୍‌ ପାଇଁ ଯୋଗ୍ୟ ନୁହେଁ କି?’ ସଲମାନ୍‌ଙ୍କୁ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାଂସଦ ଅନୁଭବ

Advertisment
‘ଆପଣଙ୍କ ପାଖରୁ ଗୋଟିଏ ଲାଇକ୍‌ ପାଇଁ ଯୋଗ୍ୟ ନୁହେଁ କି?’ ସଲମାନ୍‌ଙ୍କୁ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାଂସଦ ଅନୁଭବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତିଙ୍କ ଏକ ଟୁଇଟ୍‌ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିନେତାରୁ ନେତା ପାଲଟିଥିବା ଅନୁଭବ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଏଥର ଟୁଇଟର‌୍‌ରେ ବଲିଉଡ୍‌ ସୁପରଷ୍ଟାର‌୍‌ ସଲମାନ୍‌ ଖାନ୍‌ଙ୍କଠୁ ଗୋଟିଏ ଲାଇକ୍‌ ପାଇଁ କାକୁତିମିନତି ହୋଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଲୋକହସା ହେବାକୁ ପଡ଼ିଛି।

publive-image

ସା˚ସଦ ଅନୁଭବ ଜିମ୍‌ରେ ଅଭ୍ୟାସ କରୁଥିବା ଏକ ଭିଡିଓ ଟୁଇଟର‌୍‌ରେ ଛାଡ଼ିଥିଲେ। ୩ ମିନିଟ୍‌ ୧୯ସେକେଣ୍ତର‌୍‌ ଏହି ଭିଡିଓକୁ ଗତ ୩ତାରିଖ ରାତି ୮ଟା ବେଳେ ଛାଡ଼ିବା ସହ ବଲିଉଡ୍‌ ସୁପରଷ୍ଟାର‌୍‌ ସଲମାନ୍‌ ଖାନ୍‌ ଓ ହଲିଉଡ୍‌ ଅଭିନେତା ସିଲଭେଷ୍ଟର‌୍‌ ଷ୍ଟାଲୋନ୍‌ଙ୍କୁ ଟ୍ୟାଗ୍‌ କରିଥିଲେ। ମାତ୍ର ସଲମାନ୍‌ ଏହାକୁ ଲାଇକ୍‌ ନ କରିବାରୁ ପରଦିନ ଅର୍ଥାତ୍‌ ୪ତାରିଖ ରାତି ୨ଟା ୫୦ମିନିଟ୍‌ରେ ପୁଣିଥରେ ଟୁଇଟ୍‌ କଲେ। ଯେଉଁଥିରେ ସେ ଲେଖିଛନ୍ତି, ‘ସାର‌୍‌/ଭାଇଜାନ୍‌ ଆପଣଙ୍କ ପାଖରୁ ମୁଁ ଗୋଟିଏ ଲାଇକ୍‌ ପାଇବା ପାଇଁ ଯୋଗ୍ୟ ନୁହେଁ କି? ଯଦିଓ ଆପଣ କେବେବି ମୋତେ ଲାଇକ୍‌ କରନ୍ତି ନାହିଁ, ତଥାପି ଲଭ୍‌ ୟୁ ଭାଇଜାନ୍‌।’ ସାଂସଦ ଅନୁଭବଙ୍କ ଏହି ପିଲାଳିଆମିକୁ ଦେଖି କ‌େ‌ତେଜଣ ତାଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରାପଡା ଭଳି ସଂସଦୀୟ କ୍ଷେତ୍ରରୁ ସେ ପ୍ରତିନିଧିତ୍ବ କରୁଥିବାବେଳେ ପୂର୍ବରୁ ରାଜ୍ୟସଭାର ବି ସାଂସଦ ଥିଲେ। ଏହିଭଳି ଟୁଇଟ୍‌ କରି ସେ ଏକ ଗୁରୁତ୍ବପୂର୍ଣ୍ଣ ପଦବିର ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି।

publive-image Photo: google.com

ତେବେ, ଏହିଭଳି ଭାବେ ସମାଲୋଚନାର ଶରବ୍ୟ ହେବା ସାଂସଦ ଅନୁଭବଙ୍କ ପାଇଁ ନୂଆ ଘଟଣା ନୁହେଁ। ପୂର୍ବରୁ ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ନାଁକୁ ବିକୃତ କରି ସମାଲୋଚିତ ହୋଇଥିଲେ। ସେହିଭଳି, ଲକଡାଉନ୍‌ ସମୟରେ ଦିଲ୍ଳୀରେ ରହି କୁକୁରକୁ ଖାଦ୍ୟ ଦେଉଥିବା ଫଟୋ ଛାଡ଼ି ପ୍ରଶ୍ନବାଚୀର ଶିକାର ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବାପରେ କେତେକ କ୍ଷେତ୍ରରେ ବି ଟୁଇଟ୍‌କୁ ଉଡ଼ାଇ ଠିକ୍‌ ଶବ୍ଦ ଲେଖିଥିବା ନଜିର‌୍‌ ରହିଛି। ଏବେ ସଲମାନ୍‌ଙ୍କ ପାଖେ କାକୁତିମିନତି ହୋଇ ଟ୍ରୋଲ୍‌ର ଶିକାର ହେବା ଘଟଣା ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe