ପାଲଟା ଅଭିଯୋଗ ଆଣିଲେ ଅନୁଭବ : ମୋ ବିରୋଧରେ ଅଭିଯୋଗ କପୋଳକଳ୍ପିତ

Advertisment

ବର୍ଷା ମୋତେ ମାନସିକ ନିର୍ଯାତନା ଦେଉଥିଲେ, ଗର୍ଜିଲେ ବିରୋଧୀ, ମହିଳା କମିସନ ମତ ରଖିଲେ

ବର୍ଷା ମୋତେ ମାନସିକ ନିର୍ଯାତନା ଦେଉଥିଲେ, ଗର୍ଜିଲେ ବିରୋଧୀ, ମହିଳା କମିସନ ମତ ରଖିଲେ

ସମାଧାନ ସପକ୍ଷରେ ବର୍ଷା; ବିଚ୍ଛେଦ ଚାହୁଁଛନ୍ତି ଅନୁଭବ

Outlook India

କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଓଡିଆ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲା ଗତ ଦୁଇଦିନ ହେଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ରହିଥିବାବେଳେ ଆଜି ଏ ବିଷୟରେ ପ୍ରଥମଥର ପାଇଁ ଅନୁଭବ ମୁହଁ ଖୋଲିଛନ୍ତି। ଏକ ପ୍ରେସ୍‌ ବିବୃତି ଜାରି କରି ଅନୁଭବ କହିଛନ୍ତି, ଗତ ଜୁଲାଇ ଅଦାଲତରେ ମାମଲା ରୁଜୁ କରିଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିବାରୁ ଏଥିରେ ଚୁପ୍‌ ରହିବାକୁ ଉଚିତ୍‌ ମଣିଥିଲି। ହେଲେ, ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବେ କାହାଣୀ ପ୍ରସାରିତ/ପ୍ରଚାରିତ ହେଉଥିବାରୁ ବ୍ୟକ୍ତିଗତ ସମ୍ମାନ ରକ୍ଷା‌ ପାଇଁ ଏଥିରେ ମୁହଁ ଖୋଲିବାକୁ ଉଚିତ୍‌ ମନେ କରୁଛି।

ଆଜି ଅନୁଭବ ଜାରି କରିଥିବା ପ୍ରେସ ବିବୃତିରେ କହିଛନ୍ତି ଯେ ବିବାହ ସ୍ବର୍ଗରେ ସ୍ଥିର କରାଯାଏ ବୋଲି କୁହାଯାଉଥିଲେ ବି ଅନେକ ବିବାହ ଅସଫଳ ବି ହୋଇଥାଏ। ମୋ ବିବାହ ସେହିଭଳି ପ୍ରଥମ ବିବାହ ନୁହେଁ କି ଶେଷ ବି ହେବ ନାହିଁ। ବର୍ଷାଙ୍କୁ ମୁଁ ଢେର୍‌ ଭଲ ପାଉଥିଲି ଓ ଜଣେ ସଫଳ ମହିଳା ହୋଇଥିବାରୁ ମୁଁ ତାଙ୍କୁ ଗଭୀର ସମ୍ମାନ ବି କରେ। ମୋ ବିବାହର ସ୍ଥିତି ଦୀର୍ଘଦିନରୁ ଖରାପ ରହିଛି। ନିଜ ସାଧ୍ୟମତେ ମୁଁ ତାକୁ ସଜାଡ଼ିବା ପାଇଁ ଚେଷ୍ଟାକରି ବିଫଳ ହେବା ପରେ ଆପୋସ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ମୁଁ ଓ ମୋ ପରିବାର ଚାହିଁଥିଲୁ। ଏଥିରେ ବିଫଳ ହେବାରୁ ମୁଁ ବାଧ୍ୟହୋଇ ଗତ ଜୁଲାଇ ମାସରେ ବିବାହ ବିଚ୍ଛେଦ ପାଇଁ ଅଦାଲତଙ୍କ ଆଶ୍ରୟ ନେଇଥିଲି। ଜଣେ ମହିଳା ଭାବେ ଓ ଜଣେ ବ୍ୟକ୍ତି ଭାବେ ବର୍ଷାଙ୍କୁ ଢେର୍‌ ସମ୍ମାନ କରେ ବୋଲି ଏହାକୁ ସର୍ବସାଧାରଣ କରି ନଥିଲି। ମୋ ବାପାଙ୍କ ସ୍ବାସ୍ଥ୍ୟ ଭଲ ରହୁ ନଥିବାରୁ ବର୍ଷା ଓ ମୋ ବିଚ୍ଛେଦ ଆମ ପରିବାରକୁ ଅତି କଷ୍ଟକର ପରିସ୍ଥିତିରେ ପକାଇଛି। ଏଭଳି ଏକ ଯନ୍ତ୍ରଣାଦାୟକ ସମୟରେ ମୋ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମନଗଢ଼ା କାହାଣୀ ସୃଷ୍ଟି କରି ପ୍ରଚାର କରାଯାଉଥିବାରୁ ମୋତେ ଅଧିକ କଷ୍ଟ ଦେଉଛି। ଅଦାଲତ, ନ୍ୟାୟ ବ୍ୟବସ୍ଥା ଓ ସବୋର୍ପରି ଈଶ୍ବରଙ୍କ ଉପରେ ମୋର ଢେର୍‌ ବିଶ୍ବାସ ରହିଛି। ମାମଲା ବିଚାରାଧୀନ ଥିବାରୁ ଏହା ଉପରେ ଅଧିକ ମନ୍ତବ୍ୟ ଦେବାକୁ ଉଚିତ୍‌ ମନେ କରୁନାହିଁ। ମୋ ପରିବାର ଓ ମୋ ବିରୋଧରେ ଅପପ୍ରଚାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ସେ ନିବେଦନ କରିଛନ୍ତି।

ଅନୁଭବ ଆଜି ନିଜ ଟ୍ବିଟ୍‌ରେ ପ୍ରତି ଘଟଣାରେ ଦୁଇଟି ପକ୍ଷ ଥିବା କଥା ସୂଚାଇ ନିଜ ପ୍ରେସ ଇସ୍ତାହାରକୁ ସଂଲଗ୍ନ କରିଛନ୍ତି। ସେପଟେ ବର୍ଷା ମଧ୍ୟ ଟ୍ବିଟ୍‌ରେ କହିଛନ୍ତି ଯେ ସତ କେବେ ବି ଲୁଚି ରହିବନାହିଁ। ତାଙ୍କ ସଂପର୍କରେ ଆସୁଥିବା ଅଭିଯୋଗ ଅସତ୍ୟ ଓ ନିରାଧାର। ସେ ଭଗବାନଙ୍କୁ ବିଶ୍ବାସ କରନ୍ତି ଓ ଆଇନର ଉର୍ଧ୍ବରେ କେହି ନାହାନ୍ତି ବୋଲି ସମୟକୁ ଇସାରା ଦେଇଛନ୍ତି। ଏଥିସହିତ ସେ ଏହି କଠିନ ସମୟରେ ସମସ୍ତଙ୍କର ଆଶୀର୍ବାଦ ମଧ୍ୟ କାମନା କରି ନିରବତା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଜଣାଇଛନ୍ତି। ବର୍ଷାଙ୍କର ଏହି ଶେଷ ଧାଡି ସୂଚାଇ ଦେଉଛି ଯେ ସେ ଆଗରୁ ଆହୁରି ଚାଞ୍ଚଲ୍ୟକର ତଥ୍ୟ ରଖିପାରନ୍ତି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ନେଇ ରାଜନୀତି ଜୋର ଧରିଲାଣି। କେନ୍ଦ୍ରାପଡା ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ସଂଗଠନ ଗର୍ଜନ ତର୍ଜନ ଆରମ୍ଭ କରିଛନ୍ତି, ଯଦିଓ ଉଭୟ ବିଜେଡି ଓ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ବିଧାନସଭାକୁ ଯିବ ବୋଲି କହିଛନ୍ତି। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମାମଲା ଅଦାଲତରେ ଥିବା କଥା କହି ପ୍ରସଙ୍ଗରୁ ଦୂରେଇ ଯାଇଛନ୍ତି। ଆଉ କଳିଙ୍ଗ ସେନା ଭଳି ସଙ୍ଗଠନ ଅନୁଭବଙ୍କ ଇସ୍ତଫା ଦାବି କରିଛନ୍ତି। କେବଳ ସେତିକି ନୁହେଁ, ସୋସିଆଲ ମିଡ଼ିଆରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଝଡ ସୃଷ୍ଟି ହୋଇଛି। କେତେକ ବର୍ଷାଙ୍କ ସପକ୍ଷରେ ମତ ରଖୁଥିବା ବେଳେ ଆଉ କିଛି ଅନୁଭବଙ୍କ ପାଇଁ ଯୁକ୍ତି ରଖିଛନ୍ତି। ଫଳରେ ବର୍ଷା-ଅନୁଭବଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe