ମୁହଁ ଖୋଲିଲେ ଅନୁଭବ : ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ

ମୁହଁ ଖୋଲିଲେ ଅନୁଭବ : ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ

କଟକ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଛନ୍ତି। ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ। ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ। ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। ସମସ୍ୟାର ସମାଧାନ ହୋଇଯିବ ବୋଲି  ଆଶା।  ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ।’ ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ବର୍ଷାଙ୍କୁ ବହୁତ ଭଲପାଏ। ସେ ଏବେ ବି ଆମ ଘ‌ରେ ଅଛନ୍ତି। ମୁଁ ବର୍ତ୍ତମାନ ମୋ ବାପାଙ୍କ ଦେହ ନେଇ ବ୍ୟସ୍ତ ଅଛି, ତାଙ୍କର ଡାଏଲିସିସ୍ ଚାଲିଛି।’

ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ଚାହିଁଛନ୍ତି ବୋଲି ସୂଚନା ମିଳିଛି। ସେ ଖାଉଥିବା ବେଳେ ଅନୁଭବଙ୍କ ଜଣେ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ଏ ନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସନାହିଁ।

publive-image The News Room

ତେଣେ ଅକ୍ଟୋବର ୧୨ ତାରିଖକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଥିବା ଜଣାଯାଇଛି।  ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ଘରକୁ ଯାଇ ତାଙ୍କର ବୟାନ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ, ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡ଼ପତ୍ର ମାମଲାର ନୋଟିସ ପାଇବା ପରେ ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏ ନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତିି ।

ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ଅନୁଭବ । ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ ଦାଖଲ କରିଛନ୍ତି । ହେଲେ ବର୍ଷାଙ୍କ ନିକଟରେ ଏପର୍ଯ୍ୟନ୍ତ ଲିଗାଲ ନୋଟିସ ପହଁଚି ନାହିଁ । ତେଣୁ ନୋଟିସ ପହଁଚିବା ପରେ ସୁପ୍ରିମକୋର୍ଟ ଯିବେ ବର୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe