ବିଳମ୍ବିତ ରାତିରେ ପୁଣି ଟୁଇଟ୍ କରିଲେ ଅନୁଭବ, କହିଲେ,‘ ମୁଁ କାହାକୁ ବିଶ୍ବାସ କରିବି ମାନବାଧିକାର କମିସନଙ୍କୁ ନା ମୋର ସମ୍ମାନିତ ପିତାମାତାଙ୍କୁ?’

Advertisment
ଅନୁଭବ-ବର୍ଷାଙ୍କୁ ଝଟକା: ଛାଡ଼ପତ୍ର ଓ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ଆବେଦନ ଖାରଜ କଲେ ପରିବାର ଅଦାଲତ

କଟକ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ପ୍ରସଙ୍ଗରେ ପୁଣି ବିଳମ୍ବିତ ରାତିରେ ଟୁଇଟ୍ କରିଛନ୍ତି ଅନୁଭବ ମହାନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି,‘ ମୁଁ କାହାକୁ ବିଶ୍ବାସ କରିବି ମାନବାଧିକାର କମିସନଙ୍କୁ ନା ମୋର ସମ୍ମାନିତ ପିତାମାତାଙ୍କୁ? ଯଦିଓ ଏହାର ସଠିକ୍ ଉତ୍ତର ମୁଁ ଜାଣିଛି, ତଥାପି ଆପଣମାନେ ସମସ୍ତେ ଏଥିରେ ମୋର ସହାୟତା କରିବାକୁ ଅନୁରୋଧ କରୁଛି।’ ଅନୁଭବଙ୍କ ଏହି ନୂଆ ଟୁଇଟ୍ ଆଉ ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମାନବାଧିକାର କର୍ମୀ। ମାନବାଧିକାର ସଂଗଠନ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନର ୫ କର୍ମକର୍ତ୍ତା ଓ ସଦସ୍ୟା ଗତକାଲି ଚୌଧୁରୀ ବଜାର ନନ୍ଦୀ ସାହିସ୍ଥିତ ଘରେ ପହଞ୍ଚି ଉଭୟ ଅନୁଭବ ଓ ବର୍ଷାଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ଦେଢ ଘଣ୍ଟା କାଳ ଉଭୟଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଉଭୟ ନିଜନିଜ ବିରୋଧରେ ଆଣିଥିବା ପୂର୍ବ ଅଭିଯୋଗକୁ ଦୋହରାଇଥିଲେ ବି ଶାଶୂ ଘରେ ରହି ବିବାଦର ସମାଧାନ କରିବା ପାଇଁ ବର୍ଷା ମତ ରଖିଥିଲେ। ଅନ୍ୟପଟେ ଅନୁଭବ କିନ୍ତୁ ବିବାହ ବିଚ୍ଛେଦ ସପକ୍ଷରେ ଥିବା ସୂଚନା ଦେଇଥିଲେ।

ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ ପକ୍ଷରୁ ଗତକାଲି ଏହି ପ୍ରତିନିଧି ଦଳ ଦିନ ପ୍ରାୟ ୧୨ଟା ୩୦ ବେଳେ ସାଂସଦ ଅନୁଭବଙ୍କ ଘରେ ପହଞ୍ଚିଥିଲା। ଦିନ ପ୍ରାୟ ୨ ଟା ଯାଏ ବର୍ଷା-ଅନୁଭବ ଓ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ପ୍ରତିନିଧିମାନେ ପ୍ରଥମେ ବର୍ଷାଙ୍କୁ ଭେଟି ପାରିବାରିକ ହିଂସା ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ବର୍ଷା କହିଥିଲେ ଯେ ଅନୁଭବଙ୍କ ବ୍ୟତୀତ ଘରର ଅନ୍ୟ କୌଣସି ସଦସ୍ୟ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଦେଇ ନାହାନ୍ତି। କେବଳ ଅନୁଭବ ହିଁ ଅନେକ ସମୟରେ ମଦ ପିଇ ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିଛନ୍ତି। ତଥାପି ସେ ବିବାହ ବିଚ୍ଛେଦ ନୁହେଁ, ଘରେ ଭିତରେ ରହି ବିବାଦର ସମାଧାନ ଚାହୁଁଛନ୍ତି। ଅନୁଭବ କିନ୍ତୁ ବର୍ଷାଙ୍କ ଏ ପ୍ରକାର ଅଭିଯୋଗକୁ ମିଛ ବୋଲି କହିଛନ୍ତି। ସେ ବିବାହ ବିଚ୍ଛେଦ ଚାହୁଁଥିବା ପ୍ରତିନିଧି ମାନଙ୍କୁ କହିଥିଲେ। ଗଲା ୬ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ନଥିବା ଅନୁଭବ କମିସନଙ୍କ ସାମନାରେ ଦୋହରାଇଥିଲେ।

ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ ପକ୍ଷରୁ ରାଜ୍ୟ ସଭାପତି ଗୀତାଶ୍ରୀ ଦାସ, ସଦସ୍ୟ ରଶ୍ମିତା ମିଶ୍ର, ମିଲନ ଜେନା, ଦିପ୍ତୀ ଦାସ, ବବିତା ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe