୧୫ରୁ ଜୀ ସାର୍ଥକରେ ଅନୁଭବଙ୍କ ଗେମ୍ ରିୟଲିଟି ସୋ ‘ଦାଦାଗିରି ହୃଦୟରୁ’

Advertisment
୧୫ରୁ ଜୀ ସାର୍ଥକରେ ଅନୁଭବଙ୍କ ଗେମ୍ ରିୟଲିଟି ସୋ ‘ଦାଦାଗିରି ହୃଦୟରୁ’

ଭୁବନେଶ୍ବର : ଆସନ୍ତା ୧୫ରୁ ପ୍ରତି ଶନିବାର ଓ ରବିବାର ରାତି ୯ଟାରେ ଜୀ ସାର୍ଥକରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ରିୟାଲିଟି ଗେମ୍ ସୋ ‘ଦାଦାଗିରି ହୃଦୟରୁ’ ପ୍ରସାରିତ ହେବ। ଏନେଇ ଆଜି ସିଆର୍‌ପିସ୍ଥିତ ଏକ କନ୍‌ଭେସନ୍ ହଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସୋ’ରେ ନିଜେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ଆୟୋଜକ ରହିଛନ୍ତି।

ଏହି ଗେମ୍ ରିଆଲିଟି ସୋ’ରେ ଓଡ଼ିଶାର ୩୦ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେବେ। ଏଥିରେ କେହି ବ୍ୟକ୍ତିଗତ ଭାବେ ଖେଳିବେ ନାହିଁ। ଯିଏ ଖେଳିବେ, ସେମାନେ ସେମାନଙ୍କ ଜିଲ୍ଲାରୁ ପ୍ରତିନିଧିତ୍ବ କରିବେ। ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଯେତିକି ପଏଣ୍ଟ ଜିତିବେ, ତାହା ତାଙ୍କ ଜିଲ୍ଲା ପାଇଁ। ପ୍ରତି ଏପିସୋଡ୍‌ରେ ୩୦ ଜିଲ୍ଲାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରୁ ୫ଜଣଙ୍କୁ ପରବର୍ତ୍ତୀ ଏପିସୋଡ୍ ପାଇଁ ଚୟନ କରାଯିବ। ଫାଇନାଲ୍ ଏପିସୋଡ୍‌ରେ ଟପ୍ ୫ରେ ଥିବା ଜିଲ୍ଲା ମାନଙ୍କୁ ନେଇ ଗ୍ରାଣ୍ଡ ଫାଇନାଲ୍ କରାଯିବ। ଗ୍ରାଣ୍ଡ ଫାଇନାଲ୍‌ରେ ଥିବା ପୁରସ୍କାର ରାଶିର ୫୦ ପ୍ରତିଶତ ଅର୍ଥ ରାଶିକୁ ଜିତିଥିବା ପ୍ରତିଯୋଗୀଙ୍କ ଇଛା ଅନୁଯାୟୀ ଜିଲ୍ଲାର ଉନ୍ନୟନ କାର୍ଯ୍ୟ କରାଯିବ। ବଳକା ୫୦ ପ୍ରତିଶତ ପୁରସ୍କାର ରାଶିକୁ ନିଜେ ପ୍ରତିଯୋଗୀଙ୍କୁ ଦିଆଯିବ। ଏଥିରେ ଗୁଡ୍ ଲକ୍ ରାଉଣ୍ଡ, ହାତେ ମାପି ଚାଖଣ୍ଡେ ଚାଲ୍ ଓ ମାଇଁ ଗଡ୍ ରାଉଣ୍ଡକୁ ଦର୍ଶକମାନେ ବେଶ୍ ଉପଭୋଗ କରିବେ ବୋଲି ଅନୁଭବ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ସୁପ୍ରିୟା ଏବଂ ଦୀପିକା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe