ମୋର ଗୋଟିଏ ଛୋଟିଆ ଭୁଲ୍‌ ନିଷ୍ପତ୍ତି ଯୋଗୁ ମୋ ପରିବାର ଅନେକ ବର୍ଷ ହେବ ଭୋଗି ଚାଲିଛି : ଅନୁଭବ

ଅନୁଭବଙ୍କ ଆକାଉଣ୍ଟ ହ୍ୟାକ୍ ଘଟଣା: କେରଳ ବ୍ୟାଙ୍କ୍‌କୁ ଯାଇଛି ଟଙ୍କା

File Picture

କଟକ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁଲିସ୍‌କୁ ସୁରକ୍ଷା ମାଗିବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କଟକସ୍ଥିତ ଘର ସାମ୍ନାରେ ବହୁ ସଂଖ୍ୟାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାତ ଯୋଡ଼ି ସାଂସଦ କହିଥିଲେ ଯେ ’ମାମଲା ନ୍ୟାୟାଳୟର ବିଚାରାଧୀନ ରହିଛି। ସେ ବି ନ୍ୟାୟାଳୟକୁ ଯାଇଛନ୍ତି, ମୁଁ ବି ଯାଇଛି। ନ୍ୟାୟାଳୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ଗୋଟିଏ ଫେକ୍‌ ଆଲିଗେସନ୍‌(ମିଥ୍ୟା ଅଭିଯୋଗ)କୁ ଏପରି ଗୁରୁତ୍ବ ଦେଇ ପ୍ରସାରଣ କରନ୍ତୁ ନାହିଁ। ।’

ଏଥିସହ ନିଜ ପ୍ରତିକ୍ରିୟାରେ ଅନୁଭବ କହିଥିଲେ ଯେ ମୋର ଗୋଟିଏ ଛୋଟିଆ ଭୁଲ୍‌ ନିଷ୍ପତ୍ତି ଯୋଗୁ ମୋ ପରିବାର ଅନେକ ବର୍ଷ ହେବ ଭୋଗି ଚାଲିଛି। ମୋ ବାପାଙ୍କର ଦେହ ଭଲ ନାହିଁ। ଆପଣଙ୍କ ଟିଆର୍‌ପି ଲଢ଼େଇ ଯୋଗୁଁ ମୋ ବାପାଙ୍କ ଦେହ ଯଦି ଅଧିକ ଖରାପ ହୋଇଯାଏ ତେବେ କେଉଁ ଗଣମାଧ୍ୟମ ଦାୟିତ୍ବ ନେବ କୁହନ୍ତୁ। ଦୟାକରି ଏଠାରେ ‘ଡାର୍ଟି ପଲିଟିକ୍ସ’ କରନ୍ତୁ ନାହିଁ। ଅନ୍ୟ ପକ୍ଷରେ ସେ ପ୍ରଶ୍ନ କରିଥିଲେ, ଯଦି ଘରୋଇ ହିଂସା ହେଉଛି ତେବେ କେମିତି ବର୍ଷା ଆମ ଘରେ ଅଛନ୍ତି ?

ସଂପର୍କ ସବୁବେଳେ ସମାନ ଯାଇ ନଥାଏ। ଭାଇ ଭାଇ ଭିତରେ ବି ସଂପର୍କରେ ତିକ୍ତତା ଆସେ। ସେହି ଭଳି ଆମ ସଂପର୍କରେ ଆସିଛି। ଏଇଟା ଆମର ବ୍ୟକ୍ତିଗତ ବ୍ୟାପାର। ଏହାକୁ ସମ୍ମାନ ଦିଅନ୍ତୁ। ଗତକାଲି ଏ ବିବାଦ ନେଇ ପ୍ରେସ୍‌ ବିବୃତ ଦେଇଛି। ଯେତେବେଳେ ମୋର କିଛି କହିବାର ହେବ ମୁଁ କହିବି ବୋଲି ମତ ରଖିଥିଲେ ଅନୁଭବ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe