Advertisment

ଏଣିକି କାରଖାନାରୁ ବାହାରିବା ମନା, ଚେତିଲା ଅନୁଗୁଳ ଜିଲ୍ଲା ପ୍ରଶାସନ, ଲଗାଇଲା କଟକଣା

Advertisment
ଏଣିକି କାରଖାନାରୁ ବାହାରିବା ମନା, ଚେତିଲା ଅନୁଗୁଳ ଜିଲ୍ଲା ପ୍ରଶାସନ, ଲଗାଇଲା କଟକଣା

Moneycontrol

ଅନୁଗୁଳ : ପରିଶେଷରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନ ଥିଲେ ‌ହେଁ ଏଣିକି କାରଖାନା ପରିସରରେ ରହୁଥିବା କୌଣସି କର୍ମଚାରୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। କେବଳ ଜରୁରୀ କାମ ଥିଲେ ଅନୁମତି ନେଇ ଅନୁଗୁଳ ସହରରୁ ଆସିବା ପାଇଁ କୁହାଯାଇଛି। ଜିଲ୍ଲାପାଳ ମନୋଜ ମହାନ୍ତି ଆଜି ଏହି ମର୍ମରେ ନାଲକୋ, ଏନ୍‌ଟିପିସି, ଟିଏସ୍‌ଟିପିଏସ୍, ଟିଟିପିଏସ୍, ଏମ୍‌ସିଏଲ୍‌, ଟିଏଫ୍‌ଏଲ୍, ଜେଏସ୍‌ପିଏଲ୍‌, ଜେଆଇଟିପିଏଲ୍‌, ଟାଟା ଷ୍ଟିଲ୍ ବିଏସ୍ଏଲ୍‌, ହେଭି ୱାଟର ପ୍ରୋଜେକ୍ଟ, ଏଫ୍‌ସିଆଇ ଆଦି ଶିଳ୍ପାନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଶିଳ୍ପାନୁଷ୍ଠାନର କୌଣସି କର୍ମଚାରୀ କିମ୍ବା କାରଖାନା ପରିସରରେ କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବାକୁ ନଦେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଖାନା ଚଳାଇବା ପାଇଁ ଯେତିକି କର୍ମଚାରୀ ଆବଶ୍ୟକ ସେମାନଙ୍କୁ କାରଖାନା ପରିସରରେ ରଖିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ବାହାରୁ କାରଖାନାକୁ ଯାଉଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସେମାନଙ୍କ ଯିବା ଆସିବାବେଳେ ଥର୍ମାଲ ସ୍କ୍ରାନିଂ କରିବାକୁ କୁହାଯାଇଛି। କୋଭିଡ୍ ଲକ୍ଷଣ ଥିଲେ ସଂଗେସଂଗେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବାକୁ କୁହାଯାଇଛି। ବାହାରୁ ଯାଉଥିବା କର୍ମଚାରୀମାନଙ୍କୁ ଅନ୍ୟ କର୍ମଚାରୀମାନଙ୍କଠାରୁ ଅଲଗା ରଖି କାମ ଦେବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କ ଯିବା ଆସିବା ପାଇଁ ଅଲଗା ଗେଟ୍ ବ୍ୟବସ୍ଥା କରିବାକୁ ବି କୁହାଯାଇଛି। କାରଖାନା ପରିସରରେ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ହା‌ତ ଧୋଇବା ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସତର୍କ କରିଦେଇଛନ୍ତି। ଜିଲ୍ଲାପାଳ ଆଗରୁ ବି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବାକୁ ଶିଳ୍ପାନୁଷ୍ଠାନ ମୁଖ୍ୟମାନଙ୍କୁ ଚିଠି କରିଛନ୍ତି। ହେଲେ ଶିଳ୍ପାନୁଷ୍ଠାନ କତ୍ତୃର୍ପକ୍ଷ ବାରମ୍ବାର ଏହାର ଉଲ୍ଲଂଘନ କରିଆସୁଛନ୍ତି। ଫଳରେ ଅନୁଗୁଳ ଜିଲ୍ଲାରେ ସ୍ଥିତି ଭୟଙ୍କର ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe