ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା!

Advertisment
ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା!

photo-hindustantimes

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ବ୍ୟାଙ୍କ ଆକାଉଣ୍ଟରୁ ୬୦ ଲକ୍ଷ ଟଙ୍କା ଟଙ୍କା ଆତ୍ମସାତ କରିଥିବା ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ ପୁଲିସ ଗତକାଲି ଗିରଫ କରିବାପରେ ଆଜି ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଫେରି ଆସିଥିବା ଜଣାଯାଇଛି।ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏହି ଅର୍ଥ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଫେରାଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଟଙ୍କା ଆତ୍ମସାତ ମାମଲାରେ ବର୍ତ୍ତମାନ ଆଇଡିଏଫସି ବ୍ୟାଙ୍କ, ଭୁବନେଶ୍ବର ଶାଖାରେ କାର୍ଯ୍ୟରତ ଥିବା ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୁଳ ଥାନା ପୁଲିସ ଗିରଫ କରିଥିଲା। ତାଙ୍କ ଘର ଭୁବନେଶ୍ବର ଲିଂଗରାଜ ଥାନା ଅନ୍ତର୍ଗତ ନାଗେଶ୍ବର ଟାଙ୍ଗି ଅଂଚଳରେ ବୋଲି ଜଣାପଡ଼ିଛି।
ଶ୍ରୀ ଦାସ ଆଗରୁ ଅନୁଗୁଳ ଏଚଡିଏଫସି ବ୍ୟାଙ୍କର ଶାଖା ପରିଚାଳକ ଥିଲେ। ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚଡିଏଫସି ବ୍ୟାଙ୍କର ଏହି ଶାଖାରେ ଏକ ଆକାଉଣ୍ଟ ରହିଛି।

Image result for angul collectorate ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂପ୍ରସାରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ୨୦୧୩ ମସିହାରେ ଏହି ଟଙ୍କା ଜମା ହୋଇଥିଲା। ଗତ ୨୦୧୭-୧୮ ମସିହାରେ ଶ୍ରୀ ଦାସ କିନ୍ତୁ ୮ ଟି ଜାଲ୍ ଚେକ୍ ଜରିଆରେ ୬୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଟଙ୍କା ଉଠାଇବା ପରେ ସେ ଚାକିରି ଛାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe