ଅନୁଗୁଳ ଜିଲ୍ଲାରେ ଅଛି ଏମିତି ଏକ ମନ୍ଦିର, ଯେଉଁଠି ମହାପ୍ରଭୁଙ୍କ ଜଙ୍ଘ ପ୍ରତିମା ପୂଜା ହୁଏ

Advertisment

୭୦ଏକର ପଥର ଉପରେ ଚାଲିଛି ନୂଆ ମନ୍ଦିର

୭୦ଏକର ପଥର ଉପରେ ଚାଲିଛି ନୂଆ ମନ୍ଦିର

ଅନୁଗୁଳ ଜିଲ୍ଲାରେ ଅଛି ଏମିତି ଏକ ମନ୍ଦିର, ଯେଉଁଠି ମହାପ୍ରଭୁଙ୍କ ଜଙ୍ଘ ପ୍ରତିମା ପୂଜା ହୁଏ

ଅନୁଗୁଳ : ମହାପ୍ରଭୁ ଶ୍ରୀ ଜଗନ୍ନାଥ। ହାତଗୋଡ଼ ଖଣ୍ଡିଆ ହେଲେ ବି ଚତୁର୍ଦ୍ଧାମୂର୍ତ୍ତି ବିଶ୍ବନିୟନ୍ତା। ଚକାଚକା ଆଖି ଓ କାନ ନ ଥିବା ମୁହଁଟି ସବୁରି ପ୍ରିୟ। ଅଧାଗଢ଼ା ଦାରୁ ପ୍ରତିମାଙ୍କର ଚାଲିଛି ପୂଜାର୍ଚ୍ଚନା। କିନ୍ତୁ, ଅନୁଗୁଳ ଜିଲ୍ଲାରେ ଏମିତି ମନ୍ଦିର ଅଛି, ଯେଉଁଠି ସମସ୍ତଙ୍କ ଭଳି ଜଗନ୍ନାଥଙ୍କ ଅଧାଗଢ଼ା ହାତ ଓ ମୁହଁକୁ ନୁହେଁ, ବରଂ ଜଙ୍ଘ ପ୍ରତିମାର ହୁଏ ପୂଜାର୍ଚ୍ଚନା। ‘ଜଙ୍ଘା ଜଗନ୍ନାଥ’ ନାଁରେ ଠାକୁର ହୋଇଛନ୍ତି ପରିଚିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପଞ୍ଚାୟତ ଆମ୍ବସରମୁଣ୍ଡାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏ ଭିନ୍ନ ପ୍ରତିମାର ପୂଜାର୍ଚ୍ଚନା ଚାଲିଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ପ୍ରାୟ ସାଢ଼େ ତିନି ହଜାର ଗୋଁଡ଼ ସମାଜର ପ୍ରାଚୀନ ଆଦିବାସୀ ଜନଜାତି ଏ ପ୍ରତିମାଙ୍କୁ କେବଳ ଇଷ୍ଟଦେବ ଭାବେ ଗ୍ରହଣ କରି ନାହାନ୍ତି, ବରଂ ‘ଜଙ୍ଘା ଜଗନ୍ନାଥଙ୍କ ପାଇଁ ପ୍ରାୟ ୭୦ଏକରର ଏକ ପଥର ଚଟାଣ ଉପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରତି ପରିବାରରୁ ବାର୍ଷିକ ୩୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଜଣାପଡିଛି।

publive-image

ଅଖିଳ ଭାରତୀୟ ଗଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକଙ୍କ କହିବା ମୁତାବକ, ଜଙ୍ଘା ଦେବଙ୍କ କିମ୍ବଦନ୍ତୀ ବହୁ ପୁରାତନ। ପ୍ରାଚୀନ ଆଦିମ ଜନଜାତି ହିସାବରେ ଗୋଁଡ଼ ସମ୍ପ୍ରଦାୟର ଲୋକେ ପ୍ରକୃତିର ଉପାସକ। ମହାପ୍ରଭୁଙ୍କ ସହିତ ଶବର ସମ୍ପ୍ରଦାୟଙ୍କ ସମ୍ପୃକ୍ତି ରହିଛି। ମହାପ୍ରଭୁଙ୍କୁ ଅଧାଗଢ଼ା କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଯେଉଁଠି ପ୍ରଭୁଙ୍କ ପ୍ରତିମା ଅଣ୍ଟା ଯାଏ ରହିଛି। କିନ୍ତୁ, ଗୋଁଡ଼ ସମାଜର ପରମ୍ପରା ଅନୁସାରେ, ଅଣ୍ଟା ତଳକୁ ଜଙ୍ଘ ଯାଏ ଥିବା ମହାପ୍ରଭୁଙ୍କ ପ୍ରତିମାକୁ ଏଠି ପୂଜା କରାଯାଏ। ସମସ୍ତେ ତାଙ୍କୁ ଜଙ୍ଘା ଦେବ ବା ଜଙ୍ଘା ଜଗନ୍ନାଥ ଭାବେ ପୂଜାର୍ଚ୍ଚନା କରନ୍ତି। କାଠରେ ଦୁଇଟି ଦାରୁ କେବଳ ଏଠି ପୂଜା ହୁଅନ୍ତି। କିନ୍ତୁ, ଅନୁଗୁଳ ଜିଲ୍ଲାରେ ଜଙ୍ଘା ଦେବଙ୍କର କୌଣସି ମନ୍ଦିର ନ ଥିଲା। ଗତ ୨୦୧୪ ମସିହାଠାରୁ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଆମ୍ବସରମୁଣ୍ଡା ଆଶ୍ରମ ସ୍କୁଲ ପାଖ ୭୦ଏକରର ଏକ ବିରାଟ ପଥର ଚଟାଣ ଉପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରତି ଗୋଁଡ଼ ପରିବାରଠାରୁ ବାର୍ଷିକ ମାତ୍ର ୩୦ଟଙ୍କା ଆଦାୟ କରାଯାଉଛି। ମନ୍ଦିରର ଛାତ ନିର୍ମାଣ ସରିଲାଣି। ଏବେ ଗମ୍ବୁଜ ତିଆରି ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ମନ୍ଦିର କାର୍ଯ୍ୟ ତ୍ବରାନ୍ବିତ ପାଇଁ ଉଦ୍ୟମ କରାଯାଉଛି ବୋଲି ଗୋଁଡ଼ ସମାଜର ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତିବାଳା ନାୟକ କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe