ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଳାର ମାଟିଆସାହି ପଞ୍ଚାୟତର ମଦନମୋହନ ପାଟଣା ସାହିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକର ମଦନମୋହନ ପାଟଣା ସାହିରେ ରୋଷେଇ କରୁଥିବା ବେଳେ ସରୋଜ ବେହେରାଙ୍କ ଚୁଲିରୁ ନିଆଁ ବାହାରି ତାଙ୍କ ଘରେ ଲାଗିଯାଇଥିଲା। ପରେ ପରେ ସାହିର ପଳଉ ବେହେରା, ବ୍ରଜବନ୍ଧୁ ବେହେରା, ହାଡ଼ିବନ୍ଧୁ ବେହେରାଙ୍କ ଘରକୁ ନିଆଁ ବ୍ୟାପିଯାଇଥିଲା।

ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭାଇ ପାରି ନ ଥିଲେ। ପରେ ଅନୁଗୁଳର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ୪ବଖରା ଘର ଜଳିଯାଇଥିଲା। ଏହା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe