ଅନୁଗୁଳ: ଅନୁଗୁଳ ସହରର ମିଶ୍ରପଡ଼ା ଛକ ନିକଟରେ ଏକ ସଦ୍ୟଜାତ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମିଶ୍ରପଡ଼ା ଛକ ଥିବା ନିଉ ଏରା ପବ୍ଲିକ୍ ସ୍କୁଲ ପାଖରେ ଉକ୍ତ ଶିଶୁର କଟା ମୁଣ୍ଡ ଉଦ୍ଧାର ହୋଇଛି। ତେବେ କେଉଁଠାରୁ ଏହି ଶିଶୁର କଟା ମୁଣ୍ଡ ଆିଲା, ତାହାନେଇ କିଛି ସ୍ପଷ୍ଟ ସୂଚନା ଏଯାବତ୍ ମିଳିନାହିଁ। ତେବେ ନରବଳି ଦିଆଯିବା ପରେ ଉକ୍ତ ଶିଶୁର କଟା ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିବାକୁ ନିଆଯାଉଥଇବା ବେଳେ ତାହା ଭୁଲବଶତଃ ତଳେ ପଡ଼ିଯାଇଥିବାର ସନ୍ଦେହ କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
image source- anugul policeଆଜି ସକାଳେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣରେ ବାହାରିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏସଂପର୍କରେ ସେମାନେ ଅନୁଗୁଳ ଟାଉନ୍ ଥାନାକୁ ଖବର ଦେଇଥିଲେ। ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଢେର ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିଶୁର କଟା ମୁଣ୍ଡକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
Follow Us