ବରଗଡ଼: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ବରଗଡ଼ ଜିଲ୍ଲା ଗୋଡ଼ଭଗା ଗସ୍ତ କରିଛନ୍ତି। ତାଙ୍କ ଶିଷ୍ୟ ଏଲ୍. ନିତେଶ କୁମାରଙ୍କ ଦ୍ବାରା ପ୍ରସ୍ତୁତ ଭଜନ ଆଲବମ ‘ଭଜନ ପରମ୍ପରା’ ଲୋକାର୍ପଣ ଅବସରରେ ମୁମ୍ବାଇଠାରେ ସେ ଶ୍ରୀ ଜଲୋଟାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ଶ୍ରୀ ଜଲୋଟା ରବିବାର ଶିଷ୍ୟ ନିତେଶଙ୍କ ଗୋଡ଼ଭଗାସ୍ଥିତ ବାସଭବନକୁ ଆସି କିଛି ସମୟ ଅତିବାହିତ କରି ମୁମ୍ବାଇ ଫେରି ଯାଇଥିଲେ।
ନିତେଶଙ୍କ ଦ୍ବାରା ପ୍ରସ୍ତୁତ ଭଜନ ପରମ୍ପରା ଆଲ୍ବମ୍ରେ ଭାରତର ମହାନ କବି ଓ ସନ୍ଥଙ୍କ ରଚିତ ୯ଟି ଭଜନ ରହିଛି। ଏଥିରେ ଶ୍ରୀ ଜଲୋଟା ଏବଂ ନିତେଶ କଣ୍ଠଦାନ କରିଛନ୍ତି। ଗୋଡ଼ଭଗାଠାରେ ବିନୟ ନାୟକ, ଆଶିଷ ଶର୍ମା, ରାକେଶ ସାହୁ, ପ୍ରେମରାଜ ପ୍ରଧାନ, ଦିବାକର ପ୍ରଧାନ, ଶିଳ୍ପୁଲାଲ ଅଗ୍ରୱାଲ, ଆଲବର୍ଟ ତ୍ରିପାଠୀ, ଲୋକନାଥ ବେହେରା, ଟାଟା ପାୱାର୍ର ବରିଷ୍ଠ ଅଧିକାରୀମାନେ ଶ୍ରୀ ଜଲୋଟାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।
Follow Us