ଅନୁପଙ୍କ ନାର୍କୋ ଟେଷ୍ଟ ଆବେଦନ ଖାରଜ

କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ, ବିଳାସପୁରରେ ଚିକିତ୍ସିତ ହେଉଥିବାର ସୂଚନା

updateodisha.com

ଝାରସୁଗୁଡ଼ା : କଳ୍ପନା-ବବ୍‌ଲି ହତ୍ୟା ଘଟଣାରେ ଗିରଫ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ପାଇଁ ପୁଲିସ କରିଥିବା ଆବେଦନକୁ ଗୁରୁବାର ରାୟଗଡ଼ କୋର୍ଟ ଖାରଜ କରିଛନ୍ତି। ଚକ୍ରଧରନଗର ଥାନା ପୁଲିସ ଅନୁପଙ୍କୁ ଗତ ୧୯ ତାରିଖ ଦିନ ୩ ଦିନ ରିମାଣ୍ଡରେ ନେଇଥିଲା। ପୁଣି ୨୫ ତାରିଖରେ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରିଥିଲା। ‌ଏହି ଜେରାବେଳେ ମଧ୍ୟ ଅନୁପ ନାର୍କୋ ଟେଷ୍ଟ ପାଇଁ ରାଜି ନଥିବା ଜଣାପଡ଼ିଥିଲା। ବୁଧବାର ଦିନିକିଆ ରିମାଣ୍ଡ ଶେଷ ହେବା ପରେ ପୁଲିସ ଅନୁପଙ୍କୁ କୋର୍ଟରେ ହାଜର କରିଥିଲା। ପରେ କୋର୍ଟ ଅନୁପକୁ ଜେଲ ହାଜତକୁ ପଠାଇ ଦେଇଥିଲେ। ‌ଅନୁପଙ୍କ ନାର୍କୋ ଟେ‌ଷ୍ଟ ଓ ବ୍ରେନ୍‌ ମାପିଂ କରିବାକୁ ଚକ୍ରଧରନଗର ପୁଲିସ କରିଥିବା ଆବେଦନର ବୁଧବାର ବିଚାର ହୋଇ ପାରି ନଥିବା ବେଳେ ଗୁରୁବାର ଏହାର ଶୁଣାଣି ‌ହୋଇଥିଲା। ତେବେ ନାର୍କୋ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ପାଇଁ ଅନୁପ ସାଏ ରାଜି ନ ଥିବା ଜାଣିବା ପରେ ସିଜେଏମ୍‌ ପୁଲିସର ଆବେଦନକୁ ଖାରଜ୍‌ କରି ଦେଇଥିଲେ ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe