ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ବିଦା ହେଲେ ଅନୁପ ସାଏ

Advertisment

୩୦ ଜିଲ୍ଲାରେ ସାମ୍ମୁଖ୍ୟ ପାଳନ କରିବ ବିଜୁଙ୍କ ଜନ୍ମଦିନ

୩୦ ଜିଲ୍ଲାରେ ସାମ୍ମୁଖ୍ୟ ପାଳନ କରିବ ବିଜୁଙ୍କ ଜନ୍ମଦିନ

ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ବର : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଯିବା ମାତ୍ରେ ସବୁ ମୋହ ମାୟା ତୁଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦଳରୁ ବହିଷ୍କାର କରିଥିଲେ। ତାଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଯାଇଥିଲା। ଏହାର ସପ୍ତାହେ ପରେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ଶ୍ରୀ ସାଏଙ୍କୁ ଉପ ସଭାପତି ପଦରୁ ବିଦା କରିଛି। ଅନ୍ୟପକ୍ଷରେ ଆଜି ଭୁବନେଶ୍ବରରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟସ୍ତରୀୟ କର୍ମଶାଳାରେ ନିଷ୍ପତ୍ତି ହୋଇଛି ଯେ ସଂଗଠନ ପକ୍ଷରୁ ବିଜୁ ବାବୁଙ୍କ ଜନ୍ମଦିନ ରାଜ୍ୟବ୍ୟାପୀ ପାଳନ କରାଯିବ।

ଆଜି ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ୩୦ଟି ଜିଲ୍ଲାରୁ ପ୍ରାୟ ୫୦୦ ପ୍ରତିନିଧି ଯୋଗ ଦେଇଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଏଥିରେ ଅତିଥି ଭାବେ ଯୋଗ େଦଇଥିଲେ। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ପାଳନ ନେଇ ରଣନୀତି ନିର୍ଧାରଣ ହୋଇଥିଲା। ଦଳର ନେତାମାନେ କହିଥିଲେ ଯେ ବିଜୁବାବୁ ଶ୍ରମଜୀବୀଙ୍କ ପାଇଁ କଣ କଣ ପଦକ୍ଷେପ ନେଇଥିଲେ, ତାହା ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ୩୦ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି ୧ କୋଟି ଶ୍ରମଜୀବୀ େଲାକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି। ଏହା ସାରା ଦେଶରେ ଏକ ମଡେଲ୍। ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ୫୦୦ କୋଟିର ପ୍ୟାେକଜ୍‌ ଠାରୁ ଆରମ୍ଭ କରି ୧ଲକ୍ଷରୁ ୧୦ଲକ୍ଷ ଯାଏ ବିନା ସୁଧରେ ଋଣ ପ୍ରସଙ୍ଗ ଉଠିଥିଲା। ଏହି ସମାବେଶରେ ଉପ ସଭାପତି ବୈଦ୍ୟନାଥ ଦାସ, ପଞ୍ଚାନନ ସେନାପତି, ଅମୃତ ଦାସ, ଯୁଗଳ କିଶୋର ନାୟକ, ଅଙ୍ଗନବାଡି ସଭାନେତ୍ରୀ ନନ୍ଦିନୀ ପଣ୍ଡା, ଏମ୍‌ ବି କେ ସଭାନେତ୍ରୀ ନିରୁପମା ନାୟକ, ପାଚିକା ସଭାପତି ଯୋଗେନ୍ଦ୍ର ସ୍ବାଇଁ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂପାଦକ ରାଜୀବ ମହାନ୍ତି, ପଦ୍ମନ ସାମଲ, ରାଜେନ୍ଦ୍ର ଦାସ, ବାଲା ରାୟ, ମନୋଜ ମହାନ୍ତି, ସୁଶ୍ରୀ ସଙ୍ଗୀତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ଶ୍ରମିକ ସାମ୍ମୁଖ୍ୟର ବରିଷ୍ଠ ଶ୍ରମିକ ନେତା ସୁରେନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe