ନାର୍କୋ ଟେଷ୍ଟ ପାଇଁ ସରକାରୀ ଓକିଲ ଆବେଦନ କରିନାହାନ୍ତି: ଅନୁପ ସାଏଙ୍କ ଓକିଲ

ବିଲାସପୁର ଆଇଜି କହିଲେ- ଅଭିଯୁକ୍ତ ଦ୍ୱୟଙ୍କ କଥାରେ ତାଳମେଳ ରହୁନାହିଁ

ନାର୍କୋ ଟେଷ୍ଟ ପାଇଁ ସରକାରୀ ଓକିଲ ଆବେଦନ କରିନାହାନ୍ତି: ଅନୁପ ସାଏଙ୍କ ଓକିଲ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ପୁଲିସ ବୁଧବାର ଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି। ଅନୁପ ସାଏଙ୍କୁ ପୁଲିସ ରିମାଣ୍ଡରେ ନେବା ପରେ ଏବେ ନାର୍କୋ ଟେଷ୍ଟ ନେଇ ଚର୍ଚ୍ଚା ହେଉଛି। ତେବେ ଅନୁପଙ୍କ ଓକିଲ ବିଜୟ ସରାଫ କହିଛନ୍ତି ଯେ, ଏଯାଏଁ ନାର୍କୋ ଟେଷ୍ଟ ପାଇଁ ସରକାରୀ ଓକିଲ ଆବେଦନ କରି ନାହାନ୍ତି। ଓକିଲ ଶ୍ରୀ ସରାଫ କହିଛନ୍ତି, ଅନୁପ ସାଏଙ୍କୁ ଏହି ଘଟଣାରେ ଫସାଇ ଦିଆଯାଇଛି। ଅନୁପ ସାଏ କହିଛନ୍ତି କି ସେ ସଂପୂର୍ଣ୍ଣ ନିର୍ଦ୍ଦୋଶ। ତେଣୁ ଜାମିନ ପାଇଁ ଆମେ ହାଇକୋର୍ଟ ଯାଏଁ ଯିବୁ।

ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ରିମାଣ୍ଡ ଅବଧି ଶେଷ ହେବା ପରେ ବର୍ଦ୍ଧ ଟପ୍ପୋଙ୍କୁ ପୁଲିସ କୋର୍ଟରେ ହାଜର କରିଛି।

publive-image

ରିମାଣ୍ଡ ସମୟରେ ଆଜି ଛତିଶଗଡ଼ର ବିଲାସପୁର ଆଇଜି ଗୀତାଂଶୁ କାବରା ଉଭୟ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କୁ ପଚରାଉଚରା କରିଥିଲେ। ଏହା ପରେ ସେ କହିଛନ୍ତି କି ଉଭୟ ଅନୁପ ଓ ବର୍ଦ୍ଧନଙ୍କ କଥାରେ ତାଳମେଳ ରହୁନାହିଁ।

ସୂଚନାଯୋଗ୍ୟ, ଅନୁପ ସାଏଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଲିସ ବୁଧବାର ଠାରୁ ତିନି ଦିନିଆ ରିମାଣ୍ଡରେ ନେଇଛି। ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୁଲିସ ଅନୁପ ସାଏଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ରାୟଗଡ଼ ଜିଲ୍ଲା କୋର୍ଟ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ଶେଷ ହେବା ପରେ ଫେବ୍ରୁଆରି ୨୨ରେ ଅନୁପ ସାଏଙ୍କୁ କୋର୍ଟରେ ହାଜର କରିବାକୁ ରାୟଗଡ଼ ସିଜେଏମ୍‌ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe