ବହୁଚର୍ଚ୍ଚିତ ଛତିଶଗଡ଼ ଡବଲ ମର୍ଡର ଘଟଣା: ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ଜାମିନ

ବହୁଚର୍ଚ୍ଚିତ ଛତିଶଗଡ଼ ଡବଲ ମର୍ଡର ଘଟଣା: ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ଜାମିନ

The New Indian Express

ଝାରସୁଗୁଡା : ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଧୀନରେ ହୋଇଥିବା ମା’ ଝିଅ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର୍‌ ବର୍ଦ୍ଧନ ଟପ୍ପୋଙ୍କୁ ଆଜି ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

୨୦୧୬ ମସିହାରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ତାଙ୍କ ଝିଅର ମୃତଦେହ ରାସ୍ତାରୁ ମିଳିଥିଲା। ଏହି ମୃତଦେହ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲିଙ୍କ ବୋଲି ଜଣାପଡ଼ିଥିଲା।  ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିବାବେଳେ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ମାମଲା ରୁଜୁ  କରିଥିଲା। ଏଥିରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ଦ୍ଧନ ୨୦୨୦ ମସିହା ଫେବ୍ରୁଆରି ୧୫ ତାରିଖଠାରୁ ଜେଲ୍‌ରେ ଥିବାବେ‌ଳେ ମାମଲାର ଶୁଣାଣି ଚାଲିଥିଲା। ତେବେ, ତାଙ୍କ ବିରୋଧରେ ସାକ୍ଷ୍ୟ ଓ ପ୍ରମାଣ ଯଥେଷ୍ଟ ନହେବାରୁ ବିଚାରପତି ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ବର୍ଦ୍ଧନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଆଇନଜୀବୀ ମନୋଜ ପରନଜେପ୍‌, ଅଭିଷେକ ସରାଫ ଓ ସରକାରୀ ଓକିଲ ରାଘବେନ୍ଦ୍ର ବର୍ମା ପରିଚାଳନା କରୁଥିଲେ।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଅନୁପ ସ‌ାଏ ଏବେ ବି ରାୟଗଡ଼ ଜେଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe