ରାଉରକେଲା: ଜାତୀୟସ୍ତରୀୟ ସୁନ୍ଦରୀ ପତ୍ରତିଯୋଗିତାରେ ଚମକିଛନ୍ତି ରାଉରକେଲାର ଝିଅ ଅନ୍ବେଷା ପାଟଯୋଶୀ। ଜୟପୁର(ରାଜସ୍ଥାନ)ରେ ଅନୁଷ୍ଠିତ ‘ମିସ୍ ଇଣ୍ଡିଆ ଏଲିଗେଣ୍ଟ୍-୨୦୨୨’ ପ୍ରତିଯୋଗିତାରେ ଅନ୍ବେଷା ଦ୍ବିତୀୟ ରନର୍ସ୍ଅପ୍ ହୋଇଛନ୍ତି। ‘ଦୀପ୍ରା ଫାଉଣ୍ଡେସନ ଓ ଏଲାଣ୍ଡି ମଡେଲ’ ଆୟୋଜିତ ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ଫାଇନାଲ ପର୍ଯ୍ୟାୟକୁ ଦେଶର ବିଭିନ୍ନ ପ୍ରାନ୍ତର ୫୦ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ। ଅନ୍ବେଷା ପରିଧାନ କରିଥିବା ପୋଷାକକୁ ଜଣାଶୁଣା ଡିଜାଇନର ସାହିଲ ଖାନ ଓ ସାଇଦା ପରୱିନ ପ୍ରସ୍ତୁତ କରିଥିଲେ। ଉଲ୍ଲେଖଯୋଗ୍ୟ, ଅନ୍ବେଷା ହେଉଛନ୍ତି ଟିପିଡବ୍ଲ୍ୟୁଓଡିଏଲ ମହାପ୍ରବନ୍ଧକ ଆଶିଷ ପାଟଯୋଶୀ ଓ ଅପର୍ଣ୍ଣା ପାଟଯୋଶୀଙ୍କ ଝିଅ। ସେ ସଂପ୍ରତି ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ। ଏହି ସଫଳତା ପାଇଁ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି
‘ମିସ୍ ଇଣ୍ଡିଆ ଏଲିଗେଣ୍ଟ୍’ରେ ରାଉରକେଲାର ଅନ୍ବେଷା ଦ୍ବିତୀୟ ରନର୍ସଅପ୍
Advertisment
Follow Us