ଯେ କୌଣସି ଆର୍‌ଟିଓରେ‌ ଡ୍ରାଇଭିଂ ଲାଇସେନ୍ସ ସୁବିଧା

Advertisment
୨୩ରୁ ସବୁ ଆର୍‌ଟିଓ ଗ୍ରହଣ କରିବେ ଲର୍ଣ୍ଣିଂ ଲାଇସେନ୍‌ସ ଆବେଦନ

orissatransport.nic.in

ଆର୍‌ସି ନବୀକରଣ; ମାଲିକାନା ହସ୍ତାନ୍ତର ପାଇଁ ବି କୋହଳ ବ୍ୟବସ୍ଥା
ପରିବହନ ପୋର୍ଟାଲରେ ଠିକ୍ ମୋବାଇଲ ନମ୍ବର ବାଧ୍ୟତାମୂଳକ

କଟକ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ)ର ଏଣିକି କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ‌ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପ୍ରଚଳିତ ବ୍ୟବସ୍ଥାକୁ କୋହଳ କରିଛନ୍ତି।

ଗାଡ଼ି ମାଲିକ ରାଜ୍ୟର ଯେ କୌଣସି ଆର୍‌ଟିଓରେ ନିଜ ସୁବିଧା ଅନୁସାରେ ସେମାନଙ୍କ କାମ କରାଇପାରିବେ। ‌ ଯେଉଁ ଆରଟିଓରେ ଗାଡି ପଞ୍ଜିକୃତ କରିଥାନ୍ତୁ ନା କାହିଁକି ସେମାନେ ନବୀକରଣ ରାଜ୍ୟର ‌କୌଣସି ଆରଟିଓରେ ବି କରିପାରିବେ। ମାଲିକ ନିଜ ସୁବିଧା ଅନୁସାରେ ଅନଲାଇନ‌ରେ ସେମାନଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ( ଆରସି) ନବୀକରଣ କରିପାରିବେ। ଏଥିସହିତ ମାଲିକାନା ହସ୍ତାନ୍ତର, ଠିକଣା ପରିବର୍ତ୍ତନ, ଡ୍ରାଇଭିଂ ଲାଇସେନ୍‌ସ( ଡିଏଲ୍) ନବୀକରଣ ମଧ୍ୟ କରାଇପାରିବେ। ଏଥିପାଇଁ ଗାଡ଼ିମାଲିକଙ୍କୁ ଆଉ ନିର୍ଦିଷ୍ଟ ଆରଟିଓ ଉପରେ ନିର୍ଭର କରିବାକୁ ପଡିବନାହିଁ। ସମସ୍ତ ଆବେଦନ ଅନଲାଇନରେ ହିଁ ହେବ। ଏଥିପାଇଁ ଗାଡି ମାଲିକ https://parivahan.gov.in ରେ ଆବେଦନ କରିପାରିବେ। ମାଲିକଙ୍କୁ ଆର୍‌ସି ନବୀକରଣ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ। ଅବଧି ସରିବା ପୂର୍ବରୁ ଯଦି ଡିଏଲ୍ ଆବେଦନ କରାଯାଏ ତେବେ ଏଥିପାଇଁ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ପଡିବନାହିଁ। ଅବଧି ସରିବାର ବର୍ଷକ ପରେ ଯଦି ଡିଏଲ ନବୀକରଣ ପାଇଁ ଆବେଦନ କରାଯାଏ ତେବେ ଏଥିପାଇଁ ଡ୍ରାଇଭିଂ ‌ଟେଷ୍ଟ୍ ଅପରିହାର୍ଯ୍ୟ ରହିବ। ଡିଏଲ ଅବଧି ସରିବା ପରେ ଆବେଦନ କଲେ ଅତିରିକ୍ତ ଦେୟ ୫୦ଟଙ୍କା ଦେବାକୁ ହେବ। ଅଣ ପରିବହନ ଯାନର ଆରସି ନବୀକରଣ ପାଇଁ ଅତିରିକ୍ତ ଦେୟ‌ ଦେବାକୁ ପଡିବ ନାହିଁ। ଏ ସମସ୍ତ ପ୍ରକ୍ରିୟାକୁ ସହଜ କରିବାକୁ ଗାଡି ମାଲିକ ନିଜର ମୋବାଇଲ ନମ୍ବର ପଞ୍ଜିକୃତ କରିବେ। ଘର ଠିକଣା, ବ୍ୟବହାର କରୁଥିବା ଠିକ୍ ମୋବାଇଲ ନମ୍ବର ବାହାନ( VAHAN) ପୋର୍ଟାଲରେ ପଞ୍ଜିକରଣ ନିଶ୍ଚିତ କରାଇବେ। ଗାଡି ମାଲିକ ଚାହିଁଲେ ଏମ.ପରିବହନ ମୋବାଇଲ ଆପ୍ ବ୍ୟବହାର କରିପାରିବେ ବୋଲି ଆଜି ଏସ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe