ଅପର ଜୋଙ୍କ ପାଣି ଆବଣ୍ଟନ ବିବାଦ: ତଳମୁଣ୍ଡକୁ ଛଡ଼ାଗଲା ପାଣି

Advertisment
ଅପର ଜୋଙ୍କ ପାଣି ଆବଣ୍ଟନ ବିବାଦ: ତଳମୁଣ୍ଡକୁ ଛଡ଼ାଗଲା ପାଣି

OrissaPOST

ନୂଆପଡ଼ା: ନୂଆପଡ଼ା ବ୍ଲକ ପତୋରା ଅପରଜୋଙ୍କ ଜଳ ସେଚନ ପ୍ରକଳ୍ପ ପାଣି ଆବଣ୍ଟନ ବିବାଦ ଲାଗି ରହିଛି। ଗୋଟିଏ ମାସ ହେଲା ଏହି ବିବାଦ ଲାଗି ରହିଥିବା ବେଳେ କୌଣସି ସମାଧାନ ହୋଇପାରି ନାହିଁ। ହେଲେ ଆଜି ପ୍ରଶାସନ ପକ୍ଷରୁ ଜଳସେଚନ ଅଧିକାରୀଙ୍କ ଉପସ୍ଥିତିରେ ତଳମୁଣ୍ଡକୁ ପାଣି ଛଡ଼ା ଯାଇଥିବା ଦେଖିବାକୁ ମିଳିଛି।

ଉପରମୁଣ୍ଡ ଚାଷୀ ଦେଇଥିବା ପ୍ରସ୍ତାବକୁ ପ୍ରଶାସନ ମାନିବା ପରେ ପାଣି ଛଡ଼ା ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଅନୁସାରେ ପଦକ୍ଷେପ ଗ୍ରହଣ ନକଲେ ମଙ୍ଗଳବାର ପୁଣି ପାଣି ଯୋଗାଣ ବନ୍ଦ ପାଇଁ ଆନ୍ଦୋଳନ କରାଯିବ ବୋଲି ଉପରମୁଣ୍ଡ ଚାଷୀଙ୍କ ପକ୍ଷରୁ ଯୋଗେଶ୍ବର କୃଷକ ମଞ୍ଚ ଚେତାବନୀ ଦେଇଛି। ତେବେ ବର୍ତ୍ତମାନ ମଧ୍ୟ ଏନେଇ ଆଲୋଚନା ଜାରି ରହିଥିବା ବେଳେ ସମାଧାନର କୌଣସି ବାଟ ବାହାରିନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe