ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କଲେ ଅପରାଜିତା: ଆମକୁ ଏକା ଛାଡ଼ିଦିଅନ୍ତୁ

Advertisment
ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କଲେ ଅପରାଜିତା: ଆମକୁ ଏକା ଛାଡ଼ିଦିଅନ୍ତୁ

ଭୁବନେଶ୍ବର: ଆଜି ଲୋକପ୍ରିୟ ଅଭିନେତ୍ରୀ ତଥା ଓଲିଉଡର ଆଗଧାଡ଼ିର ନାୟକ ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି।

ଏକ ଭିଡିଓ ଜାରି କରି ଅପରାଜିତା ହାତଯୋଡ଼ି ଅନୁରୋଧ କରି କହିଛନ୍ତି, ଆପଣମାନେ ଆମ ପରିବାରକୁ ଯେଉଁଭଳି ସାହାଯ୍ୟ କରିଛନ୍ତି, ସେଥିଲାଗି ଧନ୍ୟବାଦ ଦେଉଛି।  ସ୍ୱାମୀ ତଥା ଅଭିନେତା ଉତ୍ତମ ମହାନ୍ତି ଏବଂ ମୋ ବଡ଼ ଭିଣୋଇଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଆମ୍ବୁଲାନ୍ସ ଆସିଲେ ଭିଡ଼ ହୋଇପାରେ। ଯେକୌଣସି ମୁହୂର୍ତ୍ତରେ ଆମ୍ବୁଲାନ୍ସ ଆମ ଘରକୁ ଆସିପାରେ।ମିଡିଆ ବନ୍ଧୁମାନଙ୍କ ଗହଳି ଯୋଗୁଁ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି। ପଡ଼ୋଶୀ ମଧ୍ୟ ହଇରାଣ ହେଉଛନ୍ତି। ଆମକୁ ଏକା ଛାଡ଼ିଦିଅନ୍ତୁ। ଘର ଆଗରେ ଗଣମାଧ୍ୟମ ପ୍ରତିନିଧି ଡେରା ପକାଇ ରହିଥିବାରୁ ସେ କବାଟ, ଝରକା ଖୋଲି ପାରୁନାହାନ୍ତି ବୋଲି ବି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe