ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ଅପରାଜିତା-ଧର୍ମେନ୍ଦ୍ର-ଅରୁପ-ମନ୍ମଥ

ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ଅପରାଜିତା-ଧର୍ମେନ୍ଦ୍ର-ଅରୁପ-ମନ୍ମଥ

ଭୁବନେଶ୍ବର/ସମ୍ବଲପୁର/ପୁରୀ: ଗୁରୁବାର ଲୋକସଭା ନିର୍ବାଚନ ପାଇଁ ୪ ହେଭିୱେଟ ନେତା ନାମାଙ୍କନ ଦାଖଲ କରିବେ। ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ମା ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ଏହି ସମୟରେ ସମ୍ବଲପୁର ଲୋକସଭା ଆସନ ଅଧିନସ୍ଥ ୭ଟି ବିଧାନସଭା ଆସନର ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିବେ।

ସମଲେଇ ମନ୍ଦିର ଯାଇ ପୂର୍ବାହ୍ନ ୯ଟାରେ ମା’ଙ୍କ ଦର୍ଶନ ପରେ ବାଲିବନ୍ଧା, କୁଂଜେଲପଡା, ଝାଡୁଆପଡା, ପୁରୁଣା ମ୍ଯୁନିସିପାଲଟି ଛକ ଦେଇ ରାଲି ଜିଲ୍ଲାପାଳ ଅଫିସରେ ପହଂଚିବ । ଏହି ରାଲିରେ ଯାଇ ରେଙ୍ଗାଲି ପାଇଁ ନାଉରୀ ନାଏକ ଓ ସମ୍ବଲପୁର ପାଇଁ ଜୟ ନାରାୟଣ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିବେ |

ସେହିପରି ପୁରୀ ଲୋକସଭା ଆସନରୁ ଅରୁପ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe