ପଡିଲା ଅପରାଜିତାଙ୍କ ପ୍ରଭାବ! ଜବରଦଖଲ ହୋଇଥିବାର ସ୍ୱୀକାର କଲେ ରାଜ୍ୟ ସରକାର

ପଡିଲା ଅପରାଜିତାଙ୍କ ପ୍ରଭାବ! ଜବରଦଖଲ ହୋଇଥିବାର ସ୍ୱୀକାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶେଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗକୁ ସତ ବୋଲି ସ୍ୱୀକାର କରିଛନ୍ତି ରାଜ୍ୟ ସରକାର | ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଏନେଇ ସ୍ପଷ୍ଟ ହୋଇଛି | ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଗତ ଦୁଇ ବର୍ଷ ଧରି କେନାଲ ଜବରଦଖଲ ହୋଇଥିଲେ ବି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ, ସେନେଇ ଜବାବ ରଖିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ବର୍ଷ ବର୍ଷ ଧରି ପାଣି ଆସିପାରୁନଥିଲା। ଏହି ପ୍ରକଳ୍ପର କେନାଲ ଚାରିପାଖେ ବାଡ଼କରି କେନାଲକୁ ପୋତି ଦିଆଯାଇଥିଲା। ବାରମ୍ବାର ଅଭିଯୋଗ ପରେ ଦୁଇଦିନ ପୂର୍ବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ‌ଏହି କେନାଲ୍‌କୁ ନିଜେ ଖୋଳିଥିଲେ ।

ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମର ଶହଶହ ଚାଷୀ ଏହା ଫଳରେ ଉପକୃତ ହେବେ ବୋଲି ସେ କହିଥିଲେ । ସାଂସଦଙ୍କ ଅଭିଯୋଗ ମୁତାବକ, ଏହି ଅଞ୍ଚଳରେ ୧୫୦ ଏକର ଚାଷ ଜମି କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଛନ୍ତି। ଏହି ଜମି ଦେଇ କେନାଲ୍‌ ଯାଇଛି। ଯାହା ଫଳରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଦୁଇ ବର୍ଷ ହେଲା ଚାଷ ଜମି ଜଳସେଚିତ ହୋଇ ପାରୁ ନାହିଁ। ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପାଣି ଆସିପାରୁନଥିବାରୁ ଚାଷ ହୋଇ ପାରୁନାହିଁ। ଏଭଳି ଅଭିଯୋଗ ଆସିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ଆସିନଥିଲା କିମ୍ବା ଜଳସେଚନ ବିଭାଗକୁ ଏହି ମର୍ମରେ କୌଣସି ନିର୍ଦ୍ଦେଶ ମଧ୍ୟ ଦିଆଯାଇନଥିଲା।

publive-image

ଫଳରେ ସେ ଜନସ୍ବାର୍ଥ ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହ କେନାଲ ଖୋଳି ଜଳସେଚନ ବ୍ୟବସ୍ଥା କରିଥିଲେ । ଅପରାଜିତା ଚିଠିରେ ଉଲ୍ଲେଖ କରିଥିଲେ ଯେ ଯେଉଁ ଜମିରେ ବାଡ଼ ଘେରାଯାଇଛି ସେଥିରୁ କିଛି କିଣା ଯାଇଥିବା ବେଳେ କେତେକ ସରକାରୀ ଜମି, ଜଙ୍ଗଲ ଜମି, ଧବଳେଶ୍ବର ଦେବଙ୍କ ଜମି ରହିଛି। ବଳପୂର୍ବକ ଭାବେ କେନାଲ ପୋତି ଦିଆଯାଇଛି। ସାଧାରଣ ଲୋକଙ୍କୁ ଭୟଭୀତ କରି ଜମି କିଣି ନିଆଯାଇଛି। ପ୍ରାୟ ୧୫୦ ଏକର ଜାଗା ତାରବାଡ଼ ଘେରାଯାଇଛି। ଆଉ ଅପରାଜିତା ନିଜେ ଲୋକଙ୍କ ସହ ମିଶି କେନାଲ ଖୋଳିବା ସହ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ | ଆଉ ବିଭାଗ ପକ୍ଷରୁ ଏହି ଘଟଣାକୁ ସ୍ୱୀକାର କରାଯାଇ ତୁରନ୍ତ ଜବରଦଖଲ ହଟାଇବାକୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe