ରାଜଧାନୀ ପ୍ରତିଷ୍ଠା ଦିବସକୁ ସାଂସଦଙ୍କୁ ନିମନ୍ତ୍ରଣ ନକରିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର୍‌ କଲେ ଅପରାଜିତା

Advertisment

ଜନପ୍ରତିନିଧିଙ୍କୁ ସର୍ବନିମ୍ନ ସୌଜନ୍ୟ ଦେଖାଇବା ରାଜ୍ୟ ସରକାର ଶିଖନ୍ତୁ: ସାଂସଦ

ଜନପ୍ରତିନିଧିଙ୍କୁ ସର୍ବନିମ୍ନ ସୌଜନ୍ୟ ଦେଖାଇବା ରାଜ୍ୟ ସରକାର ଶିଖନ୍ତୁ: ସାଂସଦ

ମୁଁ କେବେ ଲିଙ୍ଗରାଜ ଆଇନକୁ ବିରୋଧ କରିନି: ଅପରାଜିତା

The New Indian Express

ଭୁବନେଶ୍ବର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଏମ୍‌ସି ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ଓଡ଼ିଶା ବିଧାନସୌଧ ସମ୍ମୁଖ ଓ ଉତ୍କଳ ମଣ୍ଡପ ସମ୍ମୁଖରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି। ଏଥିରେ ବିଧାନସଭାର ବାଚସ୍ପତିଙ୍କ ସମେତ ଭୁବନେଶ୍ବରର ତିନି ବିଧାୟକ, ମେୟର, କାର୍ଯ୍ୟକ୍ରମ ଆୟୋଜନ କରୁଥିବା ତିନି ସରକାରୀ ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ହେଲେ ଆୟୋଜକମାନେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅତିଥି ଭାବେ ଡାକିଲେନି। ଯାହାକୁ ନେଇ ଶ୍ରୀମତୀ ଷଡ଼ଙ୍ଗୀ ଟୁଇଟର୍‌ରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି।

ଅପରାଜିତା ଚିଠିରେ ଲେଖିଛନ୍ତି ଯେଏପ୍ରିଲ ୧୩ରେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ ପାଳନ ହୁଏ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଭୁବନେଶ୍ବର ସହରର ସମସ୍ତ ଜନପ୍ରତିନିଧି ଏବଂ ବାହାରର ଜନପ୍ରତିନିଧିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ ନିମନ୍ତ୍ରଣ କରାଯାଇନି। ଏପରିକି ନିମନ୍ତ୍ରଣ ପତ୍ରରେ ମୋ ନାମ ନାହିଁ କି କେହି ମୋତେ ମୌଖିକ ଭାବେ ଡାକି ନାହାନ୍ତି। ଅପରାଜିତା ଆହୁରି ଲେଖିଛନ୍ତି, ‘ସାର୍‌ ଅତ୍ୟନ୍ତ ସମ୍ମାନର ସହ ଆପଣଙ୍କୁ ମନେ ପକାଇଦେବାକୁ ଚାହେଁ ଯେ ମୁଁ ଭୁବନେଶ୍ବର ସଂସଦୀୟ ‌େକ୍ଷତ୍ରରୁ ଲୋକସଭାକୁ ନିର୍ବାଚିତ ହୋ‌ଇଛି। ରାଜଧାନୀର ଏକ ଜନପ୍ରତିନିଧି ହିସାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହିଭଳି ସର୍ବସାଧାରଣ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାଇବା ମୋ ଅଧିକାର। ଆମର ରାଜନୈତିକ ଆଦର୍ଶ ଭିନ୍ନ ହୋଇପାରେ, କିନ୍ତୁ ଆପଣ ମୋ ସହ ସହମତ ହେବେ ଯେ ଜନପ୍ରତିନିଧିଙ୍କ ପାଇଁ ସର୍ବନିମ୍ନ ସୌଜନ୍ୟ ଦେଖାଇବା; ରାଜ୍ୟ ସରକାର ଶିଖିବା ଦରକାର। ମୁଁ ଆପଣଙ୍କୁ ଆନ୍ତରିକତାର ସହ ଅନୁରୋଧ କରିବି ଯେ ଏହି ତ୍ରୁଟିର ତଦନ୍ତ କରାଯାଉ। ଏହା ଏକ ଅଜାଣତରେ ତ୍ରୁଟି ଭଳି ଲାଗୁନି। ମୁଁ ବିନମ୍ରତାର ଆଶା କରିବି ଯେ, ଆପଣ ଏହି ଘଟଣାର ତଦନ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଇବେ ଏବଂ କେଉଁ ବ୍ୟକ୍ତିଙ୍କ ପାଇଁ ଏହି ତ୍ରୁଟି ହୋଇଛି ତାହା ଖୋଜି ବାହାର କରିବେ। ଯେଉଁମାନେ ସାମ୍ବିଧାନିକ ପଦପଦବିରେ ଅଛନ୍ତି ସେମାନଙ୍କୁ ମୁଁ ସମ୍ମାନ ଦିଏ, ସେମାନଙ୍କ ଠାରୁ ସାଂସଦ ପଦ ପାଇଁ ସମାନ ସମ୍ମାନ ଆଶା କରେ।

ମୋ ଚିଠିର ଏକ ଉତ୍ତର ପାଇବି ବୋଲି ଆଶା। କାରଣ ମୁଁ ନିଶ୍ଚିତ ଯେ, ଯେଉଁମାନେ ମୋତେ ଭୁବନେଶ୍ବର ସାଂସଦ ଭାବେ ନିର୍ବାଚିତ କରିଛନ୍ତି ସେମାନଙ୍କୁ ଆଜି କଷ୍ଟ ହୋଇଛି। ସେମାନେ ଜାଣିବାକୁ ଚାହିଁବେ ଯେ, ମୋତେ ଅତିଥି ତାଲିକାରୁ ବାଦ୍‌ ଦେବା ପଛରେ କେଉଁ କାରଣ ଓ କେଉଁ ବ୍ୟକ୍ତି ଅଛନ୍ତି।’ ଅପରପକ୍ଷେ ଅପରାଜିତାଙ୍କୁ ଅତିଥି ତାଲିକାରେ ନରଖିବା ନେଇ ଆୟୋଜକଙ୍କ ପକ୍ଷରୁ କିଛି କୁହାଯାଇନି। ଏପରିକି ଅପରାଜିତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟର ପାଠ ପଢ଼ାଇଥିଲେ ବି ରାଜ୍ୟ ସରକାର କି ବିଜେଡି ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe