ନାମାଙ୍କନ ସମୟରେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ ପୁଲିସ୍ ସାଜିଲା ନୀରବ ଦ୍ରଷ୍ଟା

ନାମାଙ୍କନ ସମୟରେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ  ପୁଲିସ୍ ସାଜିଲା ନୀରବ ଦ୍ରଷ୍ଟା

‌ଖୋର୍ଦ୍ଧା: ଗୁରୁବାର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ। ଏହି ସମୟରେ ବିଜେଡି ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ।

ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ହଟ୍ଟଗୋଳକୁ ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ପୁଲିସ୍ ସକ୍ଷମ ହୋଇ ନ ଥିଲେ। ପୁଲିସ୍ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ।

publive-image

ଉଭୟଙ୍କ ସମର୍ଥକ ବିଭିନ୍ନ ସ୍ଲୋଗାନ ଦୀର୍ଘ ସମୟ ଧରି ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା। ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ।  ଘଟଣାସ୍ଥଳରେ ଏସପି ପହଞ୍ଚିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଂଚି ଉଭୟ ଗୋଷ୍ଠୀଙ୍କୁ ଘଉଡ଼ାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe