ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ଦଳରେ ସାମିଲ ଅଭିନେତ୍ରୀ ଅପରାଜିତା

Advertisment
ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ଦଳରେ ସାମିଲ ଅଭିନେତ୍ରୀ ଅପରାଜିତା

ଭୁବନେଶ୍ୱର: ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୦ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତା ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତି ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀମତୀ ମହାନ୍ତିଙ୍କୁ ବିଜେପି ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
ସୂଚନା ଯୋଗ୍ୟ ଯେ ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଜିତା ମହାନ୍ତି କଂଗ୍ରେସରେ ସାମିଲ ହୋଇଥିଲେ ଓ କଟକ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe