ଅପରାଜିତା ଷଡ଼ଙ୍ଗୀ ଆଗରେ, ବିଜୟ ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ ପଛରେ

Advertisment

୨୦୨୪ ନିର୍ବାଚନରେ ତିନି ପୂର୍ବତନ ଆଇଏସ୍ ଓ ଆଇପିଏସ୍

୨୦୨୪ ନିର୍ବାଚନରେ ତିନି ପୂର୍ବତନ ଆଇଏସ୍ ଓ ଆଇପିଏସ୍

ଅପରାଜିତା ଷଡ଼ଙ୍ଗୀ ଆଗରେ, ବିଜୟ ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ ପଛରେ

ଭୁବନେଶ୍ୱର: ଚଳିତ ନିର୍ବାଚନର ତିନି ଚର୍ଚ୍ଚିତ ଚେହେରା ହେଲେ ଅପରାଜିତା ଷଡ଼ଙ୍ଗୀ, ବିଜୟ ପଟ୍ଟନାୟକ ଓ ଅରୂପ ପଟ୍ଟନାୟକ। ଏହି ତିନ ଜଣ ହେଲେ ପୂର୍ବତନ ପ୍ରାଶାସନିକ ଅଧିକାରୀ। ଏମାନଙ୍କ ମଧ୍ୟରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜୟ ପଟ୍ଟନାୟକ ପୂର୍ବତନ ଆଇଏସ୍ ଅଧିକାରୀ। ଅପରପକ୍ଷରେ ଅରୂପ ପଟ୍ଟନାୟକ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ଏମାନଙ୍କ ମଧ୍ୟରୁ କେବଳ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ମନ୍ମଥ ରାଉତରାୟଙ୍କ ଠାରୁ ଆଗରେ ରହିଥିବା ଜଣାଯାଇଛି।

ଅପରପକ୍ଷରେ, ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଡାକ୍ତର ସମ୍ବିତ ପାତ୍ରଙ୍କ ଠାରୁ ପଛରେ ରହିଥିବା ଜଣାଯାଇଛି।  ଠିକ୍ ସେହିପରି ପାରଳାଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପ୍ରାରମ୍ଭିକ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe