ଚାନ୍ଦୋଳ :ପହିଲି ରଜ ଅବସରରେ ଡେରାବିଶ ବ୍ଲକ ଅନ୍ତର୍ଗତ ୧୪ ନଂ ଜୋନ ଚାନ୍ଦୋଳ ବଜାର ଠାରୁ ଆଜି ବିଜେପିର ଏକ ବିଶାଳ ରୋଡ ସୋ’ ଅନୁଷ୍ଠିତ ହୋଇଛି। ଏହି ରୋଡ ସୋ’ରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ପଂଚାୟତ ପରିକ୍ରମା କରିବା ପରେ ସନ୍ଧ୍ୟାରେ ଗରଦପୁର ବ୍ଲକ ଅଂଚଳକୁ ଗସ୍ତ କରିଥିଲେ। ଏହି ଅବସରରେ ଜୋନ୍ ଅନ୍ତର୍ଗତ ଦାନପୁର ପଂଚାୟତ ଖରିଦାସାହି, ଦୋହଳି, ଦାନପୁର, ପାଣିଓଳା ବଜାର, ଯଅଁରାବାରିମୂଳ, ଅର୍ତାମୂଳ, ଭୋଳହାଟ, ଇନ୍ଦାଳୋ ଆଦି ସ୍ଥାନରେ ଅନୁଷ୍ଠିତ ପ୍ରଥପ୍ରାନ୍ତ ସଭାରେ ଉଦ୍ବୋଧନ ଦେଇଥିଲେ। ଏହି ପଥପ୍ରାନ୍ତ ସଭାରେ ବିଜେପି ପ୍ରାର୍ଥୀ ବିଜୟ ପାଟକୁରାର ସ୍ବାଭିମାନ ପାଇଁ ତାଙ୍କ ସଂଗ୍ରାମ ଅବ୍ୟାହତ ରଖିବାପାଇଁ ସେ ସଂକଳ୍ପବଦ୍ଧ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ପାଟକୁରାରେ ଅପରାଜିତା ଓ ବିଜୟଙ୍କ ରୋଡ ସୋ’
Advertisment
Follow Us