ଭୁବନେଶ୍ବରରେ ପୁଣି ଅପରାଜିତା ୪୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ

Advertisment
ଭୁବନେଶ୍ବରରେ ପୁଣି ଅପରାଜିତା ୪୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ

Odisha Bytes

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରରେ ପୁଣି ବିଜୟିନୀ ହୋଇଛନ୍ତି। ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜି ମାରିନେଇଛନ୍ତି। ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଛରେ ପଡ଼ିଥିଲେ ସୁଦ୍ଧା ପରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ ଅପରାଜିତା ଷଡ଼ଙ୍ଗୀ। ଏଥର ଭୁବନେଶ୍ବରରେ ତାଙ୍କୁ ୪ ଲକ୍ଷ ୯୯ ହଜାର ୨୪୫ ଭୋଟ ମିଳିଛି। ତାଙ୍କ ପଛରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମନ୍ମଥ ରାଉତରାୟଙ୍କୁ ୪ ଲକ୍ଷ ୫୯ ହଜାର ୨୩୪ ଭୋଟ୍‌ ମିଳିଛି। ୪୦ ହଜାର ୧୧ ଭୋଟ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛନ୍ତି। ଭୋଟିଂ ପରେ ଏଥର ଅପରାଜିତା ପରାଜିତ ହେବେ ବୋଲି ଅନେକ ରାଜନୈତିକ ପଣ୍ଡିତ ମତ ରଖିଥିଲେ। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଛନ୍ଅତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe