ଜଣେ ବ୍ୟକ୍ତିଙ୍କୁ କାହିଁକି ପୂର୍ତ୍ତ ସଚିବ, ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କରାଯାଇଛି? ଅପରାଜିତା ଷଡ଼ଙ୍ଗୀ

Advertisment
ଜଣେ ବ୍ୟକ୍ତିଙ୍କୁ କାହିଁକି ପୂର୍ତ୍ତ ସଚିବ, ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କରାଯାଇଛି? ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ନିଜର ଟୁଇଟରରେ ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ତଥା ଓଡ଼ିଶା ବ୍ରିଜ୍ ନିର୍ମାଣ ନିଗମ (ଓବିସିସି)ର ବର୍ତ୍ତମାନର ଅଧ୍ୟକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଅଟନ୍ତି। ଏହା କେବଳ ଏକ ସଂଯୋଗ ନା ଯୋଜନା ପ୍ରସ୍ତୁତ? ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଭାବରେ, ଓବିସିସିକୁ କାମ ଦେଉଛନ୍ତି, ବିଲ୍ ପାସ୍ କରୁଛନ୍ତି ଏବଂ ଦେୟ ପ୍ରଦାନ କରୁଛନ୍ତି ଏବଂ ଓବିସିସିର ଅଧ୍ୟକ୍ଷ ଭାବେ ତାଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏବଂ ଦେୟ ଗ୍ରହଣ କରିବାକୁ ଦାୟିତ୍ବ ଦିଆଯାଇଛି।

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ନାମରେ ଟେଣ୍ଡର ଘୋଷଣା କରୁଛନ୍ତି ସେହି ସମାନ ବ୍ୟକ୍ତି ଓଡିଶା ବ୍ରିଜ଼ କନଷ୍ଟ୍ରକ୍ସନ
କର୍ପୋରେସନ ନାମରେ ଟେଣ୍ଡର ପାଉଛନ୍ତି। ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ? ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଲକ୍ଷ୍ୟ ସାଧନ ପାଇଁ ଯୋଜନାଭିତ୍ତିକ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ? ଏହା ପୂର୍ବରୁ ଥିବା ପୂର୍ତ୍ତ ସଚିବ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ସମିତିର ମୁଖ୍ୟ ପ୍ରଶାସକ ଥିଲେ।

ଏହା ହେଉଛି ଏକ ବଡ଼ ଦ୍ବନ୍ଦ୍ବ ଏବଂ ଆର୍ଥିକ କାରବାରରେ ସର୍ବନିମ୍ନ ଶୃଙ୍ଖଳାକୁ ଉଲ୍ଲଂଘନ କରାଯାଇଛି। ନିର୍ଦ୍ଧିଷ୍ଟ ଅଧିକାରୀ ତିନି ତିନୋଟି ଦାୟିତ୍ୱରେ କିପରି ଭାବେ ଅବସ୍ଥାପିତ ? ଏଭଳି କାହିଁକି କରାଯାଇଛି, ତାହା ଜାଣିବାକୁ ଆମେ ସମସ୍ତେ ଚାହିଁବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe