ଆପାର୍ଟମେଣ୍ଟ ମାଲିକାନା ସଂଶୋଧିତ ନିୟମାବଳୀ ମାମଲା: ନଗର ଉନ୍ନୟନ ବିଭାଗର ସତ୍ୟପାଠ ଦାଖଲ

୩ ମାସ ଭିତରେ ଆସିବ ନୂଆ ନିୟମ

୩ ଦିନରେ ବିକ୍ରି ହେଲା ୧,୧୩୭ ଦାମୀ ଆପାର୍ଟମେଣ୍ଟ୍‌

twinsengineering.com

କଟକ : ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ବିମଳେନ୍ଦୁ ପ୍ରଧାନଙ୍କ ମାମଲାରେ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଏସ୍‌.କେ. ମିଶ୍ରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ହାଇକୋର୍ଟଙ୍କ ମେ ୧୨ର ନିର୍ଦ୍ଦେଶ ପରେ ମେ ୧୭ରେ ରାଜ୍ୟ ସରକାର ଓ ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା) କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଛି। ରିୟଲ୍‌ ଇଷ୍ଟେଟ୍‌ ପ୍ରକଳ୍ପରେ ସାଧାରଣ ଅଞ୍ଚଳ (କମନ୍ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜିକୃତ ହେବା ପ୍ରସଂଗରେ ଆଲୋଚନା କରାଯାଇଥିଲା। ଏକ ସାନି ରେରା ସମ୍ମତ ଆପର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ସରକାରଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କରାଯାଇଛି। ଏହି ନୂଆ ନିୟମ ତିନିମାସ ଭିତରେ ପ୍ରଣୟନ ପାଇଁ ପଦକ୍ଷେପ ନିଆଯାଉଛି। ସତ୍ୟପାଠ ସହିତ ଓରେରା ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକର ବିବରଣୀ ମଧ୍ୟ ଦାଖଲ କରାଯାଇଛି। ଏଥିସହିତ ରେରା ଆଇନର ବିରୁଦ୍ଧାଚରଣ କରୁଥିବା ଦଲିଲ ପଞ୍ଜୀକରଣ ନ କରିବାକୁ ସବୁ ରେଜିଷ୍ଟରିଂ ଅଫିସରଙ୍କୁ ମେ ୧୭ରେ ଇନ୍ସପେକ୍ଟର୍‌ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍‌) ଚିଠି କରିଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡ଼ିକର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ୍‌ ଓ ଓରେରା ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe