ଗଣମାଧ୍ୟମରେ ମିଥ୍ୟା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ: ‘ବିଜେପି ସଭାପତି, ଦଳର ଛବି ନଷ୍ଟ କରିବାକୁ ଉଦ୍ୟମ’

Advertisment

ଆଇନଜୀବୀ ଓ ଗଣମାଧ୍ୟମ ସବୁବେଳେ ସତ୍ୟର ଅନୁସନ୍ଧାନ କରନ୍ତି। ସତ୍ୟ ପାଇଁ ଲଢ଼େଇ କରି ପ୍ରକୃତ ସତ୍ୟ ଲୋକଲୋଚନଙ୍କୁ ଆଣନ୍ତି। ମାତ୍ର ରାଜ୍ୟର ଦୁଇ ଛାପା ଗଣମାଧ୍ୟମରେ ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ।

ଆଇନଜୀବୀ ଓ ଗଣମାଧ୍ୟମ ସବୁବେଳେ ସତ୍ୟର ଅନୁସନ୍ଧାନ କରନ୍ତି। ସତ୍ୟ ପାଇଁ ଲଢ଼େଇ କରି ପ୍ରକୃତ ସତ୍ୟ ଲୋକଲୋଚନଙ୍କୁ ଆଣନ୍ତି। ମାତ୍ର ରାଜ୍ୟର ଦୁଇ ଛାପା ଗଣମାଧ୍ୟମରେ ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ।

assaxzzx

ଭୁବନେଶ୍ବର: ଆଇନଜୀବୀ ଓ ଗଣମାଧ୍ୟମ ସବୁବେଳେ ସତ୍ୟର ଅନୁସନ୍ଧାନ କରନ୍ତି। ସତ୍ୟ ପାଇଁ ଲଢ଼େଇ କରି ପ୍ରକୃତ ସତ୍ୟ ଲୋକଲୋଚନଙ୍କୁ ଆଣନ୍ତି। ମାତ୍ର ରାଜ୍ୟର ଦୁଇ ଛାପା ଗଣମାଧ୍ୟମରେ ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ନିଜ ମହକିଲକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଏଭଳି ମନଗଢ଼ା ଖବର ପ୍ରକାଶ ପାଇବା ଦ୍ୱାରା ଖବରକାଗଜର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ମୁଖପାତ୍ର ସଜ୍ଜନ ଶର୍ମା। ଶ୍ରୀ ଶର୍ମା କହିଛନ୍ତି ଯେ ଗଣମାଧ୍ୟମ କେବଳ ବକ୍ତବ୍ୟ ଉପସ୍ଥାପନ କରିବାର ଦାୟିତ୍ୱ ନେଇ ବିଜେପି ରାଜ୍ୟ ସଭାପତି ଓ ଦଳର ଛବିକୁ ନଷ୍ଟ କରିବାକୁ ଉଦ୍ୟମ ହୋଇଛି। ଏହା ଆଦୌ କ୍ଷମଣୀୟ ନୁହେଁ।

ଗଣମାଧ୍ୟମରେ ସତ୍ୟର ଉପସ୍ଥାପନ ହେବା ଦରକାର। ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ଭାବେ ବିଭିନ୍ନ ସୂତ୍ରରୁ ଯାଞ୍ଚ କରିବାର ଯେଉଁ ପୁରୁଣା ବ୍ୟବସ୍ଥା ରହିଛି ତାହାକୁ ବ୍ୟବହାର କରାଯିବା ଉଚିତ ଥିଲା। ମାତ୍ର କୌଣସି ପରୀକ୍ଷା ନିରୀକ୍ଷା ନ କରି ଏଭଳି ଦାୟିତ୍ୱହୀନ ଖବର ପରିବେଷଣ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାସହ ରାଜ୍ୟ ଆଇନସେବା ପରିଷଦ ସଭାପତି ଭାବେ ନା ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ଭାବେ ଶ୍ରୀ ଦ୍ୱିବେଦୀ ଏଭଳି କାର୍ଯ୍ୟ କରିଛନ୍ତି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କର ବକ୍ତବ୍ୟ ସମ୍ପୂର୍ଣ୍ଣ ଆଇନଜୀବୀ ସମୂହର ଛବିକୁ କଳୁଷିତ କରିଛି। ଏହି ତ୍ରୁଟି ପାଇଁ ଶ୍ରୀ ଦ୍ୱିବେଦୀ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe