ଏପିପି ନିଯୁକ୍ତି ମାମଲା: ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି, ୨ ମାସ ଭିତରେ ପ୍ରକ୍ରିୟା ସରିବ

Advertisment
ଓପିଏସ୍‌ସିରେ ସାନ୍ତାଳୀ ଭାଷା ପ୍ରଚଳନର ପ୍ରସ୍ତାବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନେଇ ଅସନ୍ତୋଷ

edexlive.com

କଟକ : ଆବଶ୍ୟକ ଓଡ଼ିଆ ଟେଷ୍ଟ ସାର୍ଟିଫିକେଟ ନଥିବା ଦର୍ଶାଇ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର (ଏପିପି) ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ଖାରଜ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ବେଆଇନ ବୋଲି ଘୋଷଣା କରିଛନ୍ତି। ଏଥି ସହିତ ସଂପୃକ୍ତ ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷାରେ ବସିବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ପୂର୍ବରୁ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଗଠନ କରାଯାଇଥିବା ବୋର୍ଡ ମଧ୍ୟ ଆବେଦନକାରୀ ପ୍ରାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା କରିବ। ଲଖିତ ପରୀକ୍ଷାର ମାର୍କ ସହିତ ଆବେଦନକାରୀ ସାକ୍ଷାତକାରରେ ପାଇବାକୁ ଥିବା ମାର୍କ ଯୋଗ କରାଯିବ। ଏହାପରେ ଯଦି ସାଧାରଣ ବର୍ଗ ପୁରୁଷଙ୍କ ସଂପର୍କିତ ମେଧା ତାଲିକାର ଶେଷ ସ୍ଥାନରେ ଥିବା ପ୍ରର୍ଥୀଙ୍କ ମାର୍କ ଆବେଦନକାରୀ ପାଆନ୍ତି ତେବେ ତାଙ୍କୁ ନିଯୁକ୍ତି ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯିବ। ଦୁଇ ମାସ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୀବ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓପିଏସସି ପକ୍ଷରୁ ଏପିପି ନିଯୁକ୍ତି ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କୁ ୨୦୨୨, ଫେବ୍ରୁଆରି ୧୦ରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଉପସ୍ଥିତ ରହିବାକୁ ଜାନୁଆରି ୨୫ରେ ଚିଠି କରାଯାଇଥିଲା। ସାର୍ଟିଫିକେଟ ଯାଞ୍ଚ ପରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିବା ନେଇ ଓପିଏସସି ପକ୍ଷରୁ ଫେବ୍ରୁଆରି ୧୦ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ନିଯୁକ୍ତି ବିଜ୍ଞପ୍ତିରେ ପ୍ରାର୍ଥୀ ଓଡ଼ିଆ କହି ପାରୁଥିବେ, ଲେଖି ପାରୁଥିବେ ଓ ପଢି ପାରୁଥିବେ, ମାଟ୍ରିକରେ ଓଡ଼ିଆ ବିଷୟ ରଖି ପାସ୍ କରିଥିବେ, ନଚେତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଏକକ ଓଡ଼ିଆ ଭାଷା ପରୀକ୍ଷା ପାସ କରିଥିବେ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲରୁ ପାଇଥିବା ଓଡ଼ିଆ ପାସ୍ ସାର୍ଟିଫିକେଟକୁ ଓପିଏସସି ଗ୍ରହଣ ନ କରି ସର୍ତ୍ତ ପୂରଣ କରି ପାରି ନଥିବାରୁ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରିଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀ ଯେଉଁ ଓଡ଼ିଆ ପାସ୍ ସାର୍ଟିଫିକେଟ ପାଇଛନ୍ତି ତାହା ଓଡ଼ିଆରେ ଦଶମ ପାସ୍ ସହିତ ସମକକ୍ଷ ବୋଲି ବୋର୍ଡ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଓପିଏସସି ଫେବ୍ରୁଆରି ୧୦ରେ ଜାରି କରିଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe