ଦଶରଥପୁରରେ ଫଳୁଛି ସେଓ

Advertisment
ଦଶରଥପୁରରେ ଫଳୁଛି ସେଓ

ଦଶରଥପୁର : ଦଶରଥପୁର ମାଟିରେ ସେଓ ଚାଷ। ମଙ୍ଗଳପୁର ଅଞ୍ଚଳର ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ସୁତେଶ ପାତ୍ର ନିଜ ବାଡ଼ିରେ ନିଜସ୍ୱ ଉଦ୍ୟମରେ ସେଓ ଫଳାଇଛନ୍ତି। ସେ ଅନଲାଇନ୍‌ରେ ୪ ଟି ସେଓ ଚାରା ମଗାଇ ମଙ୍ଗଳପୁର ବଜାର ଶିଶୁମନ୍ଦିର ନିକଟ ପ୍ରଗତିବିହାରରେ ନିଜ ଘରବାଡ଼ିରେ ଲଗାଇଥିଲେ। ଆବଶ୍ୟକ ଯତ୍ନ ନେବାରୁ ଗଛଗୁଡ଼ିକ ଭଲ ବଢ଼ିଥିଲା। କୌଣସି ସାର, କୀଟନାଶକ ବିନା ସଂପୂର୍ଣ୍ଣ ଜୈବିକ ଭାବେ ବଢ଼ିଥିବା ଏହି ଗଛଗୁଡ଼ିକରେ ଫଳିଛି ଏବେ ପେନ୍ଥାପେନ୍ଥା ସେଓ। ଫଳନ୍ତି ଗଛଗୁଡ଼ିକୁ ଦେଖି ସେ ଖୁବ୍‌ ଆନନ୍ଦିତ।

publive-image

ପିଲାଦିନୁ ବୃକ୍ଷଲତା ପ୍ରତି ତାଙ୍କର ଦୁର୍ବଳତା ରହିଛି। ନିଜ ବାଡ଼ିରେ କେବଳ ସେଓ ବାଦ୍‌ ଆହୁରି ୨୦ ପ୍ରକାର ଫଳ, ଫୁଲଗଛ ସେ ଲଗାଇଛନ୍ତି। ବାଡ଼ିବଗିଚା କାମରେ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ସହଯୋଗ କରନ୍ତି ବୋଲି ସେ କହିଛନ୍ତି। ଦଶରଥପୁର ଅଞ୍ଚଳରେ ପ୍ରଥମଥର ସେଓଗଛରେ ସେଓ ଫଳିଥିବାରୁ ବିଭିନ୍ନ ସ୍ଥାନରୁ ଲୋକମାନେ ଦେଖିବାପାଇଁ ଆସୁଛନ୍ତି। ବ୍ୟବସାୟିକଭିତ୍ତିରେ ମଧ୍ୟ ଲୋକମାନେ ସେଓ ଚାଷ କରି ଲାଭବାନ ହୋଇପାରିବେ ବୋଲି ସୁତେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe