କେନ୍ଦୁଝରରେ ସେଓ ଚାଷ

Advertisment
କେନ୍ଦୁଝରରେ ସେଓ ଚାଷ

କେନ୍ଦୁଝର : କାଶ୍ମୀରରେ କେବଳ ସେଓ ଫଳେନି, କେନ୍ଦୁଝରରେ ବି ସେଓ ଫଳେ। କେନ୍ଦୁଝର ସହରରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ନିଜ ବଗିଚାରେ ସେଓ ଚାଷ କରି ଏବେ ଏହା ପ୍ରମାଣିତ କରିଛନ୍ତି।

କେନ୍ଦୁଝର ସହରର ‌ନ୍ୟୁ କଲୋନିରେ ରୁହନ୍ତି ଅଜୟ କୁମାର ପାଣି। ସେ ବାୟୁସେନାରୁ ଅବସର ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ମଧ୍ୟ କିଛି ବର୍ଷ ଚାକିରି କରିଥିଲେ।  ସେଠାରୁ ଅବସର ନେବା ପ‌ରେ ନିଜ ବଗିଚାରେ ପ୍ରଥମେ ଷ୍ଟ୍ର ବେରୀ ଚାଷ କରିଥିଲେ। ତେବେ କେନ୍ଦୁଝର ଜଳବାୟୁରେ ସେ ଷ୍ଟ୍ର ବେରୀ ଚାଷ କରି ସଫଳ ହେବା ପରେ ସେଓ ଚାଷ ପାଇଁ ମନ ବଳାଇଥିଲେ। ଏଥିପାଇଁ ସେ ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କର ଜଣେ ବନ୍ଧୁ ବେଦ ପ୍ରକାଶ ଶର୍ମାଙ୍କ ପରାମର୍ଶ ନେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ସେ ନିଜ ବଗିଚାରେ ଟ୍ରପିକାଲ ସେଓ ଚାରା ହିମାଚଳ ପ୍ରଦେଶରୁ ମଗାଇ ନିଜ ବଗିଚାରେ ଲଗାଇଥି‌ଲେ। ପ୍ରଥମେ କୁଣ୍ଡିଆରେ ଲଗାଇବା ପରେ ତାହାକୁ ନେଇ ମାଟିରେ ପୋତି ଦେଇଥିଲେ। ତେବେ ଇତିମଧ୍ୟରେ ଏହି ଗଛ ଲଗା ହେବାର ପ୍ରାୟ ବର୍ଷେରୁ ଅଧିକ ସମୟ ହେଲାଣି। ଫଳରେ ଏବେ ଏହି ଗଛରେ ଫଳ ଧରିଛି ଏବଂ ତାହା ଆଉ କିଛି ଦିନ ପରେ ପାଚିଯିବ ବୋଲି କହିଛନ୍ତି।

ଶ୍ରୀ ପାଣିଙ୍କ କହିବା ଅନୁସାରେ, କେନ୍ଦୁଝର ଜଳବାୟୁରେ ଏହି ଭେରାଇଟିର ସେଓ ଚାଷ ହୋଇ ପାରିବ। ଏଠାରେ ବିଶେଷ କରି ହରମୋହନ-୯୯ , ଆନା ଓ ଡିଜି ଭେରାଇଟିର ସେଓ ଚାଷ ହୋଇ ପାରିବ। ତେବେ ତାଙ୍କର ସେଓ ଚାଷ ଦେଖି ଅନ୍ୟମାନେ ଏଠାରୁ ଚାରା ନେଇ ଲଗାଇବା ପରେ ସଫଳ ହେଲେଣି।

ଶ୍ରୀ ପାଣିଙ୍କଠାରୁ ଚାରା ନେଇ ଯାଜପୁରରେ ଜଣେ ଫଳ ଚାଷୀ ପ୍ରାୟ ୪୦୦ ଗଛ ଲଗାଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ଡେଣୁଆର ଜଣେ ଚାଷୀ ମଧ୍ୟ ଏହି ଚାରା ନେଇ ଚାଷ ଆରମ୍ଭ କରିଛନ୍ତି ‌ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe