ଯୁକ୍ତ୨ ନାମଲେଖା: ଆବେଦନ ସମୟ ବଢ଼ିଲା

Advertisment
ବନ୍ୟା ପାଇଁ ଘୁଞ୍ଚିଲା +୨ ନାମଲେଖା ଅବଧି

Update Odisha

ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି।

ସେପ୍ଟେମ୍ବର ୪ରେ ଆବେଦନର ଶେଷ ସମୟ ସୀମା ଧାର୍ଯ୍ୟ ଥିବା ବେଳେ ଏହାକୁ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଛାତ୍ରଛାତ୍ରୀ ‘www.samsodisha.gov.in ’ ମାଧ୍ୟମରେ ଅନଲାଇନରେ କମନ୍‌ ଆପ୍ଲି‌କେସନ ଫର୍ମ(ସିଏଏଫ୍‌)ରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୧ ତାରିଖ ରାତି ୧୧ଟା୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୮ ସେପ୍ଟେମ୍ବର ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଅକ୍ଟୋବର ୫ରୁ ୭ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଅକ୍ଟୋବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ପଟ ନାମଲେଖା ପାଇଁ ଆବେଦନ କରିହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା ହେବ। ୧୭ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବା ସହ ଡାଟା ଅପଡେଟ୍‌ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe