ପୁରୀରେ ହବିଷ୍ୟାଳିଙ୍କ ରହଣି ପାଇଁ ୨୯ ସୁଦ୍ଧା ଆବେଦନ

Advertisment
ପୁରୀରେ ହବିଷ୍ୟାଳିଙ୍କ ରହଣି ପାଇଁ ୨୯ ସୁଦ୍ଧା ଆବେଦନ

teahub.io

ସମ୍ବଲପୁର: ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପୁରୀରେ ରାଧ‌ା ଦାମୋଦର ବ୍ରତ ପାଳନ କରାଯାଏ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ବର୍ଷ ସରକାର ହବିଷ୍ୟାଳି ମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା  ପୁରୀ ଜିଲ୍ଲା ପ୍ରଶାସନ ସହାୟତାରେ କରିଛନ୍ତି।

ପୁରୀରେ ରାଧାଦାମୋଦର ହବିଷ୍ୟ ବ୍ରତ ପାଳନ ନିମନ୍ତେ ସମ୍ବଲପୁର ଜିଲ୍ଲାର ଆଗ୍ରହୀ ମା’ ମାନେ ଚଳିତ ସେପ୍ଟେମ୍ବର ମାସ ୨୯   ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସମ୍ବଲପୁରଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଫର୍ମ ଜରିଆରେ ଆବେଦନ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe