ସର୍ଜନଶୀଳ କଳା କ୍ଷେତ୍ରରେ ବୃତ୍ତି ପାଇଁ ଆବେଦନପତ୍ର ଆହ୍ଵାନ

Advertisment
ସର୍ଜନଶୀଳ କଳା କ୍ଷେତ୍ରରେ ବୃତ୍ତି ପାଇଁ ଆବେଦନପତ୍ର ଆହ୍ଵାନ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ସିସିଆର୍‌ଟି (ସେଣ୍ଟର୍‌ ଫର୍‌ କଲ୍‌ଚରାଲ୍‌ ରିସୋର୍ସେସ୍‌ ଆଣ୍ଡ୍‌ ଟ୍ରେନିଂ) ତରଫରୁ କଲ୍‌ଚରାଲ୍‌ ଟେଲେଣ୍ଟ୍‌ ସର୍ଚ୍ଚ ସ୍କୋଲାର୍‌ସିପ୍‌ ଯୋଜନାରେ ୨୦୧୮-୧୯ ବର୍ଷର ବୃତ୍ତି ପ୍ରଦାନ ପାଇଁ ଆବେଦନପତ୍ର ଆହ୍ଵାନ କରାଯାଇଛି। ଏଥିରେ ୧୦ରୁ ୧୪ ବର୍ଷର ଅର୍ଥାତ୍‌ ୧ ଜୁଲାଇ ୨୦୧୪ରୁ ୩୦ ଜୁନ୍‌ ୨୦୦୮ ମଧ୍ୟରେ ଜନ୍ମ ହୋଇଥିବା ଶିଶୁ ପ୍ରତିଭାମାନଙ୍କ ପାଇଁ ସେମାନଙ୍କ ପିତାମାତା ବା ଅଭିଭାବକମାନେ ଆବେଦନ କରିପାରିବେ। ସଙ୍ଗୀତ, ନୃତ୍ୟ, ନାଟକ, ଚିତ୍ର, ସ୍ଥାପତ୍ୟ, ହସ୍ତକଳା, ସୃଜନଶୀଳ ରଚନା ଓ କଳା ଆଦି ବିଭାଗ ପାଇଁ ଜାତୀୟ ସ୍ତରରେ ସର୍ବାଧିକ ୬୫୦ ଜଣ ଶିଶୁଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ଆବେଦନପତ୍ରର ଉଦ୍ଦିଷ୍ଟ ସ୍ଥାନରେ ଶିଶୁର ଜନ୍ମ ତାରିଖ ସମ୍ପର୍କରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏବଂ ତାଲିମ ଦେଉଥିବା ଗୁରୁ କିମ୍ବା ଅନୁଷ୍ଠାନ ଶିଶୁର ପ୍ରତିଭା ସମ୍ପର୍କରେ ପ୍ରମାଣିତ କରିବା ଅନିବାର୍ଯ୍ୟ। ଆବେଦନପତ୍ର ଆସନ୍ତା ୩୧ ତାରିଖ ସୁଦ୍ଧା ସିସିଆର୍‌ଟି, ନୂଆଦିଲ୍ଲୀ ଠିକଣାରେ ପହଞ୍ଚିବା ଆବଶ୍ୟକ। www.ccrtindia.gov.inରେ ଆବେଦନପତ୍ର ସହିତ ସବିଶେଷ ବିବରଣୀ ରହିଛି ବୋଲି ସିସିଆର୍‌ଟିର ଉପ-ନିର୍ଦ୍ଦେଶକ ରିଷି ବଶିଷ୍ଟ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe