Update Odisha
ଭୁବନେଶ୍ୱର : ଯୁକ୍ତ୨ କଲେଜରେ ନାମଲେଖା ଲାଗି ୨୧ ତାରିଖ ତଥା ଶୁକ୍ରବାର ପୂର୍ବାହ୍ନ ୧୧ଟାଠାରୁ ଆବେଦନ ଆରମ୍ଭ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ‘www.samsodisha.gov.in
ଅନଲାଇନରେ ନାମଲେଖା ହେଉଥିଲେ ମଧ୍ୟ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଦାଖଲ କରିବାକୁ ଛାତ୍ରଛାତ୍ରୀଙ୍କୁ ସାମ୍ସ ରିସୋର୍ସ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ। ସିଏଏଫ୍ର ଯାଞ୍ଚ ଓ ବୈଧତା ନାମଲେଖା ସମୟରେ ନିର୍ଦ୍ଧିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ କରାଯିବ। ଓରିଜିନାଲ ମାର୍କସିଟ୍, ସ୍କୁଲ ଲିଭିଂ ସାର୍ଟିଫିକେଟ୍, କଣ୍ଡକ୍ଟ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ସଂରକ୍ଷିତ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ ନାମଲେଖା ସମୟରେ ହେବ। ଯଦି କୌଣସି ଛାତ୍ରଛାତ୍ରୀ ନାମଲେଖା ସମୟରେ ବୈଧ କାରଣ ଦେଖାଇ ଉପରୋକ୍ତ ଡକ୍ୟୁମେଣ୍ଟ ଦେଇପାରିବେ ନାହିଁ ସେମାନଙ୍କୁ ଗୋଟିଏ ମାସ ଲିଖିତ ମହଲତ ମିଳିବ। ଯଦି ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଦାଖଲ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ନାମଲେଖା ବାତିଲ୍ କରାଯିବ। ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ଛାତ୍ରଛାତ୍ରୀଙ୍କ ନାମଲେଖା ଆବେଦନ ଫି’କୁ ୧୦୦ ଟଙ୍କା ହ୍ରାସ କରାଯାଇଛି। ଯାଞ୍ଚ ସମୟରେ ସିଏଏଫ୍ ଓ ଓରିଜିନାଲ ମାର୍କସିଟ୍, ସଂରକ୍ଷଣ ଓ ୱେଟେଜ୍ ଡକ୍ୟୁମେଣ୍ଟ ମଧ୍ୟରେ ଯଦି କୌଣସି ପ୍ରକାର ପ୍ରଭେଦ ଦେଖିବାକୁ ମିଳେ ତାହା ହେଲେ ଆଡମିସନ ଟିମ୍ର ସଦସ୍ୟମାନେ ଉକ୍ତ ସିଏଏଫ୍କୁ ରିଜେକ୍ଟ କରିଦେବେ। ରେଗୁଲାର ନାମଲେଖା ସରିବାର ୧୫ ଦିନ ପରେ କରେସ୍ପଣ୍ଡେଣ୍ଟ କୋର୍ସ ଲାଗି ନାମଲେଖା ହେବ। ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ଆଗ୍ରହୀ ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଗତବର୍ଷ ପରି ଏଥର ମଧ୍ୟ ନାମଲେଖା ଲାଗି ସମାନ ଚୟନ ପ୍ରକ୍ରିୟା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ରାଜ୍ୟରେ ପର୍ଯ୍ୟାପ୍ତ ଇଣ୍ଟରନେଟ ସୁବିଧା ନ ଥିବାରୁ ସିଏଏଫ ପୂରଣ କରିବା ସମୟରେ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କେତେଜଣ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ତେଣୁ କିଛି ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।
Follow Us