ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ଅବଧି ବଢ଼ିଲା

Advertisment
ମେ’ ୮ରୁ ଓଜେଇଇ, ଜୁଲାଇରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ବର : ବି.ଟେକ୍‌, ଏଲ୍‌ଇ-ଟେକ୍‌(ଡିପ୍ଲୋମା), ଏଲ୍‌ଇ-ଟେକ୍‌(ବି.ଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌ ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଥିଲା। ମାତ୍ର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଆଗ୍ରହୀ ଛାତ୍ରଛାତ୍ରୀ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ। ଫି’ ଦାଖଲ କରିବାର ଶେଷ ଅବଧି ଅଗଷ୍ଟ ୧୬ ରାତି ୧୦ଟା ରଖାଯାଇଛି। ଫର୍ମ ପୂରଣ କରିବା ପୂର୍ବରୁ ଇନ୍‌ଫର୍ମେସନ୍‌ ବ୍ରୋସିୟର୍‌କୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଜେଇଇ ମେନ୍‌ ୨୦୨୨ ଓ ଓଜେଇଇ ୨୦୨୨ରେ ଭାଗନେଇ ରୢାଙ୍କ ପାଇଥିବା ଛାତ୍ରଛାତ୍ରୀ ସ୍ବତନ୍ତ୍ର ଓଜେଇଇରେ ଭାଗ ନେବାର ଆବଶ୍ୟକତା ନାହିଁ। ଏହି ପ୍ରବେଶିକା ପରୀକ୍ଷାରେ ଯେଉଁମାନେ ରୢାଙ୍କ ପାଇବେ, ସେମାନେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍‌ ଲାଗି ଆଲଟ୍‌ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe