ଚେଭେନିଂ ସ୍କଲାରସିପ୍, ଫେଲୋସିପ୍‌ ପାଇଁ ଆବେଦନ ଆହ୍ବାନ

Advertisment
ଚେଭେନିଂ ସ୍କଲାରସିପ୍, ଫେଲୋସିପ୍‌ ପାଇଁ ଆବେଦନ ଆହ୍ବାନ

edu.pngfacts.com

ଭୁବନେଶ୍ବର : ଚେଭେନିଂ ସ୍କଲାରସିପ୍ ଆଣ୍ଡ୍‌ ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୦-୨୧ ନିମନ୍ତେ ଆବେଦନ ଆହ୍ବାନ କରାଯାଉଛି। ଏହି ସ୍କଲାରସିପ ବ୍ରିଟେନ୍‌ର ୧୫୦ରୁ ଅଧିକ ବିଶ୍ବବିଦ୍ୟାଳୟର ୧୨,୦୦୦ରୁ ଅଧିକ ପାଠ୍ୟକ୍ରମ ଉପରେ ଲାଗୁ ହେଉଛି। ବ୍ରିଟେନ୍‌ର କୌଣସି ବିଶ୍ବବିଦ୍ୟାଳୟରେ ମାଷ୍ଟର ଡିଗ୍ରି କରିବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଯେଉଁମାନଙ୍କ ସର୍ବନିମ୍ନ ଦୁଇ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଚେଭେନିଙ୍ଗ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଏହି ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ନଭେମ୍ବର ୯। ସେହିପରି, ୭-୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଚେଭେନିଂ ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ଏହି ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ଅକ୍ଟୋବର ୯। ଭାରତରେ ଅବସ୍ଥାପିତ ବ୍ରିଟିଶ ଉଚ୍ଚାୟୁକ୍ତ ସାର୍ ଡୋମିନିକ୍ ଆସ୍‌କିଥ୍ କହିଛନ୍ତି ଯେ, ଭାରତର ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ବ୍ରିଟେନ୍‌ରେ ପାଠପଢ଼ିବାର ସୁଯୋଗ ପ୍ରଦାନ କରୁଛି ଚେଭେନିଂ। ଭାରତର ଏହି କାର୍ଯ୍ୟକ୍ରମ ସାରା ବିଶ୍ବରେ ସବୁଠୁ ବଡ଼।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ରେ ୧୮୦୦ ଚେଭେନିଂ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ‌କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ପୀୟୂଷ ଗୋୟଲ, ନିତି ଆୟୋଗ ସିଇଓ ଅମିତାଭ କାନ୍ତ, ଟାଟା ସନ୍ସର ହରିଷ ଭଟ୍ଟ, ଅବଜରଭର ରିସର୍ଚ ଫାଉଣ୍ଡେସନର ସମିର ସରଣ ଭଳି ବ୍ୟକ୍ତି ଚେଭେନିଂ ସ୍କଲାରସିପ୍ ଓ ଫେଲୋସିପ୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe